ମନୋରଞ୍ଜନ

ଆସୁଛି ଲୋକପ୍ରିୟ ଟିଭି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜିନ

(ମୁମ୍ବାଇ) : ଆସୁଛି ଲୋକପ୍ରିୟ ଟିଭି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜିନ । ଅପେକ୍ଷା କରିଥିବାବେଳେ ଏହାର ତୃତୀୟ ସିଜିନ ଖୁବଶୀଘ୍ର ଆସିବାକୁ ଯାଉଥିବା ଜଣାପଡ଼ିଛି। ପ୍ରଶଂସକମାନେ ଉତ୍ସାହର ସହିତ ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ ୩କୁ ଅପେକ୍ଷା କରିଛନ୍ତି | ଏହି ସୋ’ ଜାନୁୟାରି ୨୨, ୨୦୨୪ରୁ ଆରମ୍ଭ ହେବାକୁ ଯାଉଛି | ସୋ’ ସୋନି ଲାଇଭ୍ ଆପ୍ ରେ ପ୍ରସାରଣ ହେବ।

ସୂଚନାନୁଯାୟୀ , ସୋ’ର ନୂଆ ପ୍ରୋମୋ ସହିତ ସୋନି ଲିଭ୍ ଆପ୍ ଦ୍ୱାରା ଏହି ସୂଚନା ଟ୍ୱିଟ୍ କରାଯାଇଛି। ଏହି ପ୍ରୋମୋ ଭିଡିଓରେ ଦର୍ଶାଯାଇଛି ଯେ ଜଣେ ଯୁବକ ଅଛନ୍ତି ଯିଏ ତାଙ୍କ କର୍ପୋରେଟ୍ ଚାକିରି ଛାଡି ଷ୍ଟାର୍ଟଅପ୍ ଯାତ୍ରା ଆରମ୍ଭ କରୁଛନ୍ତି | ତାଙ୍କର ସମସ୍ତ ସାଙ୍ଗମାନେ ତାଙ୍କୁ ବିଦାୟ ଦେଉଛନ୍ତି। ପ୍ରୋମୋ ଶେଷରେ ସେ ଯୁବକ ସାର୍କମାନଙ୍କ ନିକଟକୁ ଯାଇ ନିଜର ବ୍ୟବସାୟିକ ଧାରଣା ଉପସ୍ଥାପନ କରନ୍ତି |

Related posts

ଶୀତର କୁହୁଡ଼ିକୁ ପଛରେ ପଛେଇ ଉତ୍ସାହ ଓ ଆନନ୍ଦରେ ପାଳିତ ହେଉଛି ଖ୍ରୀଷ୍ଟଜନ୍ମ ପର୍ବ…

mahabharatanews

ଚଳଚ୍ଚିତ୍ର ‘Bhool Bhulaiyaa 3’ର ସୁଟିଂ ଆରମ୍ଭ

mahabharatanews

‘ଏହି କାରଣରୁ ଆମ ବୈବାହିକ ଜୀବନ ଭଲ ଚାଲିଛି’ : ପରିଣୀତି 

mahabharatanews