ମୁମ୍ବାଇ: ଓସିୱାରା ଶ୍ମଶାନ ଘାଟରେ ଶେଷ ହୋଇଛି ବିଗବସ ବିଜେତା ତଥା ଟିଭି ସିରିଏଲ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଅନ୍ତିମ ସଂସ୍କାର । ଶ୍ମଶାନ ଘାଟରେ ସିଦ୍ଧାର୍ଥଙ୍କର ବନ୍ଧୁ, ପରିବାରଙ୍କ ସମେତ ଅନେକ ସାଥୀ କଳାକାର ଉପସ୍ଥିତ ଥିଲେ । ଏମାନଙ୍କ ମଧ୍ୟରେ ସିଦ୍ଧାର୍ଥଙ୍କର ଗାର୍ଲଫ୍ରେଣ୍ଡ କୁହାଯାଉଥିବା ଶେହନାଜ ଗିଲ ମଧ୍ୟ ସେଠାରେ ପହଞ୍ଚିଥିଲେ । ତେବେ ଏହି ସମୟର ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଗାଡି ଭିତରେ ଶେହନାଜ ଖୁବ କାନ୍ଦୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହନାଜଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲେ ମଧ୍ୟ ସେ ଶ୍ମଶାନକୁ ଆସିଥିଲେ ।

ଆଉ ଏକ ଭିଡିଓ ମଧ୍ୟ ସାମନାକୁ ଆସିଛି । ଏହି ଭିଡିଓରେ ସିଦ୍ଧାର୍ଥ ସିଦ୍ଧାର୍ଥ ଡାକି ତାଙ୍କ ପାର୍ଥିବ ଶରୀର ପାଖକୁ ଦୌଡୁଥିବାର ଦେଖିବାକୁ ମିଳିଛି । ତେବେ ଏହି ଦୃଶ୍ୟ ସମସ୍ତଙ୍କୁ ଭାବୁକ କରି ଦେଇଛି । ଏହି ଦୁଇଟି ଭିଡିଓ ବ୍ୟତୀତ କିଛି ଫଟୋ ମଧ୍ୟ ସୋଶଲ ମିଡିଆରେ ଘୁରି ବୁଲୁଛି । ଶ୍ମଶାନ ଭୂମି ନିକଟରେ ଗାଡି ଭିତରେ ବସି ଶେହନାଜ କାନ୍ଦୁଥିବାର ଏକ ଫଟୋ ଏବେ ଭାଇରାଲ ହେଉଛି । ପୋଲିସର କଡା ସୁରକ୍ଷା ବଳରେ ସିଦ୍ଧାର୍ଥଙ୍କର ଅନ୍ତିମ ସଂସ୍କାର କରାଯାଇଛି ।
