Uncategorized

ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷା କର୍ମୀ ସଂକ୍ରମିତ

ରାଞ୍ଚି: ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ଜଣ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଯବାନ ବଙ୍ଗଳା ବାହାରେ ମୁତୟନ ଥିଲେ। ରିମ୍ସର ଅଧ୍ୟକ୍ଷ କହିଛନ୍ତି ଯେ ସମସ୍ତ ଯବାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ଏବେ ଲାଲୁ ଯାଦବଙ୍କୁ ରାଞ୍ଚି ରିମ୍ସର ଜଣେ ଡାକ୍ତରଙ୍କ ବଙ୍ଗଳାରେ ରଖାଯାଇଛି। ସମସ୍ତ ୯ ସୁରକ୍ଷାକର୍ମୀଙ୍କୁ ତୁରନ୍ତ କାମରୁ ହଟା ଦିଆଯାଇଛି ଏବଂ ରାଞ୍ଚିର ଜିଲ୍ଲା ଅଧିକାରୀଙ୍କୁ ରିପୋର୍ଟ ପଠାଇ ଦିଆଯାଇଛି। ଲାଲୁ ଯାଦବଙ୍କୁ ସଂରକ୍ଷଣରୁ ବଞ୍ଚାଇବା ପାଇଁ ସେମାନେ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଥିପାଇଁ ସମସ୍ତ ଜରୁରୀ ପଦ‌କ୍ଷେପ ନିଆଯାଉଛି।
ଅଗଷ୍ଟ ୫ତାରିଖରେ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚି ରିମ୍ସର ଡାଇରେକ୍ଟରଙ୍କ ବଙ୍ଗଳାରେ ସ୍ଥାନାନ୍ତର କରାଯାଇଥିଲା। ଚାରା ଦୁର୍ନୀତି ମାମଲାରେ ଦୋଷୀ ଏବଂ ରିମ୍ସର ପେଇଂ ଓ୍ବାର୍ଡ଼ରେ ଚିକିତ୍ସାଧୀନ ଲାଲୁଙ୍କୁ କରୋନା ସଂକ୍ରମଣରୁ ବଞ୍ଚାଇବା ପାଇଁ ଶିଫ୍ଟ କରାଯାଇଥିଲା। ସ୍ଥାନାନ୍ତର ସମୟରେ ଲାଲୁ ମିଡିଆ ପ୍ରଶ୍ନର ଉତ୍ତର ଦେଇନଥିଲେ। ଏହା ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ରୁମ୍ ରିମ୍ସ ପ୍ରାଇଭେଟ୍ ଓ୍ବାର୍ଡ଼ର ପ୍ରଥମ ମହଲାରେ ଥିଲା କିନ୍ତୁ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଦ୍ବିତୀୟ ଏବଂ ତୃତୀୟ ମହଲାର ଉପଯୋଗ କରାଯାଉଛି। ଗ୍ରାଉଣ୍ଡ ଫ୍ଲୋରରେ କ୍ୟାଣ୍ଟିନ୍ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଥିଲା। ଅର୍ଥାତ୍ ଗ୍ରାଉଣ୍ଡ,ସେକେଣ୍ଡ ଏବଂ ଥାର୍ଡ଼ ଫ୍ଲୋରରେ ଲୋକେ କରୋନାରେ ସଂକ୍ରମିତ ହୋଇଥିଲେ।

Related posts

୨୬/୧୧ ଆତଙ୍କୀ ଆକ୍ରମଣର ଷଡଯନ୍ତ୍ରକାରୀ ଆମେରିକାରେ ଗିରଫ

mahabharatanews

ସିଏଏ ଉଚ୍ଛେଦ କରିବାକୁ ଗୋଆ ଆର୍କ ବିଶପଙ୍କ ଅପିଲ୍

mahabharatanews

ଆଉ ୪୭ ପିଏଫଆଇ ସଦସ୍ୟ ଗିରଫ

mahabharatanews