ବ୍ୟୁରୋ: ଶିବ, ଏ ନାକୁ ଏବେ ଯିଏ ଶୁଣିଛି ,ତା ମନରେ ଭୟ ସୃଷ୍ଟି ହେଉଛି । କାରଣ ଜଣେ ମଣିଷ ୫ ଟି ମଣିଷ ମାରିଦେଲା । ସେ ପୁଣି ନିଶାସକ୍ତ ଅବସ୍ତାରେ ନୁହେଁ , ସୁସ୍ଥ ମୁଣ୍ଡରେ । ବଡ ଭାଇର ପରିବାରକୁ କଟୁରୀରେ ହାଣି ଏବେ ଜେଲରେ ଅଛି ଶିବ । ଜେଲରେ ଯିବା ଦିନଠୁ ଖାଲି ରୋଲ କରିବାରେ ଲାଗିଛି ।
କେତେବେଳେ ଖାଇବା ପାଇଁ ଏଇଟା ସେଇଟା ତ ଆଉ କେତେବେଳ ଦେହ ଖରାପର ବାହାନା । ଆଉ ଏତିକିରେ ବାବୁଙ୍କ ମନ ଭରିନଥିଲା ଯେ ଏବେ ଜେଲ ଗଲା ପରେ ସଜା କମ ହୋବାକୁ କରୁଛି ନୂଆ ପ୍ରୟାସ । ସେଥିପାଇଁ ଏବେ ଶିବ ଜେଲରେ ତାର ପାଗଳାମି ବଢି ବଢି ଚାଲିଛି । ପାଗଳର ଅଭିନୟ କରି ଜେଳରେ ଦେଖାଉଛି ରୋଲ ।
କାରଣ ଜେଲରେ ରାତିରେ ନ ଶୋଇ ଦେଖୁଛି ସ୍ୱପ୍ନ । ମୁଁ କେମିତି ଜେଲରୁ ବଡଭାଇର ସମ୍ପତି ଭୋଗ କରିବି ସେ ନେଇ ଚଲେଇଛି ଚକ୍ରାନ୍ତ । ସେଥିପାଇଁ କେତେବେଳେ ହସୁଛି, ଆଉ କେତେବେଳେ ସମ୍ପତି ସମ୍ପତି ବିଳିବିଳି ହେଉଛି । ଯାହା ଖାଇବା ଆସୁଛି ତାକୁ ସବୁ ନଖାଇ, ସମ୍ପତି ଭୋଗ କରିବ ବୋଲି ପାଗଳର ଅଭିନୟ କରୁଛି ଶିବ ।
ଦେହରୁ ବସ୍ତ୍ର ବାହର କରି ପାଗଳା ଭଳି ଆକ୍ଟିଙ୍ଗି କରି, ଖାଇବାକୁ ପିଙ୍ଗି ଦେଉଛି । ଏହା ଦେଖି ଜେଲରେ ଥିବା ଅନ୍ୟ କଏଦୀ ମାନେ ବି ଶିବକୁ ଦେଖି ଭୟରେ ଜୀବନ କାଟୁଛନ୍ତି । ଏତେ ଜଘଂନ୍ୟ ଅପରାଧ କରକି ବି ଅନୁତାପ ନକରି ସମ୍ପତି ଭୋଗ ପାଇଁ ଆଉଟି ପାଉଟି ହେଉଛି । ରାଜ୍ୟରେ ଏବେ ଏଭଳି ହତ୍ୟା ଅନେକଙ୍କୁ ସବ୍ଧ କରିଦେଉଛି । କାରଣ ମଣିଷ ଯେ, ଲୋଭରେ ପଡି ଏତେ ନୃଶଂସ ହୋଇପାରେ ଏସବୁ ହତ୍ୟା ଦେଖିବା ପରେ ବାରି ହୋଇପଡୁଛି ।