ଓଡିଶା

ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ପରେ ଲୁଟ୍, ୧ ମୃତ

(ମହାଭାରତ, ଧର୍ମଗଡ): କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ବୋରଗୁଡା ନିକଟ ଜଙ୍ଗଲୀ ରାସ୍ତାରେ ଏକ ମରଣାନ୍ତକ ଆକ୍ରମଣ ହୋଇଛି । କପା ବିକ୍ରିୀ ଟଙ୍କା ନେଇ ଘରକୁ ଫେରିବା ବାଟରେ ଗୋଟିଏ ପରିବାରର ବାପ ପୁଅ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ଏଥିରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ପୋଲିସ ଘଟଣାର ଖୋଳତାଡ ଆରମ୍ଭ କରାିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୁରାକ ପାଇପାରି ନାହାନ୍ତି ।

ଅଭିଯୋଗ ଅନୁସାରେ, ବୋରଗୁଡାର କ୍ଷୀତି ନାଏକ ଓ ତାଙ୍କ ପୁଅ ବଳଭଦ୍ର ନାଏକ କପା ବିକ୍ରୀ ଟଙ୍କା ନେଇ ଏକ ବାଇକରେ ଗାଁକୁ ଫେରୁଥିଲେ । ଏହି ସମୟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ୨ଟି ବାଇକରେ ପିଛା କରିଥିଲେ । ପରେ ଜଙ୍ଗଲୀ ରାସ୍ତା ଠାରେ ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡାଇବାକୁ ଉଦ୍ୟମ କରି ସଫଳ ନ ହେବାରୁ ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ବାପ ପୁଅ ତଳେ ପଡିଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ବାପ ପୁଅଙ୍କୁ ଉଦ୍ଧାର କରି ଜୁନାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ବଳଭଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜୁନାଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ।

Related posts

ଦଧିବ୍ରାହ୍ମଣ ମାନଙ୍କ ଏକାଦଶି ଉଜ୍ଜାପନ ପୂଜା ସ୍ଥାନୀୟ ଦଧିବାମନ ମନ୍ଦିରରେ ମହା ଆଡ଼ମ୍ବରରେ ପାଳିତ

mahabharatanews

ସୁବର୍ଣ୍ଣପୁରରେ ରାଷ୍ଟ୍ରୀୟ ଗୀତ ‘ବନ୍ଦେ ମାତରମ’ ର ୧୫୦ ବର୍ଷ ପୂର୍ତ୍ତି ପାଳନ  

mahabharatanews

ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ

mahabharatanews