ଗାନ୍ଧୀନଗର: ନଭେମ୍ବର ୩ରେ ଗୁଜୁରାଟରେ ଉପନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପ୍ରଚାରରେ ଗୁୁଜୁରାଟ ମୁଖ୍ୟମ଼ନ୍ତ୍ରୀ ନୀତିନ ପଟେଲ ଯାଇଥିବା ବେଳେ ତାଙ୍କୁ ଜୋତା ଫିଙ୍ଗାଯାଇଛି । ସୋମବାର କର୍ଜନରେ ସେ ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ କେହି ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲା । ଏହକାୁ ନେଇ ବଡ଼ାଦରା ପୋଲିସ୍ ତଦନ୍ତ ଚଳାଇଛି ।
କର୍ଜନରେ ପଟେଲ ଗଣାମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରୁଥିଲେ । ହଠାତ ତାଙ୍କ ଉପରକୁ ଏକ ଜୋତା ଫିଙ୍ଗା ଯାଇଥିଲା । ଅବଶ୍ୟ ଜୋତା ପଟେଲଙ୍କଠି ବାଜି ନ ଥିଲା । ତାଙ୍କ ମୁହଁ ପାଖ ଦେଇ ତଳେ ପଡିଥିଲା । କିଏ ପକାଇଥିଲା ତାହା ଜଣା ପଡି ନଥିବା ବେଳେ ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବାକୁ ପ୍ରୟାସ ଜାରି ରଖିଛି ।
ଗୁଜରାଟରେ ୮ ବିଧାନସଭା ଆସନ ପାଇଁ ନଭେମ୍ବର ୩ରେ ଭୋଟ ହେବ। ଯେଉଁଥିପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି, ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କ ସମେତ ବିଜେପିର ତମାମ ବଡ଼ ବଡ଼ ନେତା ନିର୍ବାଚନ ପ୍ରଚାର କରୁଛନ୍ତି।