ଓଡିଶା

ବିଶୃଙ୍ଖଳା: ଛତିଶାନିଯୋଗକୁ ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ ପୂର୍ଣ୍ଣ ଚିଠି

(ପୁରୀ) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଚାଲିଥିବା ବେଳେ ଏହାକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରୟାସ କରୁଛି ଶ୍ରୀ ମନ୍ଦିର ପ୍ରଶାସନ । ରଥଯାତ୍ରୀ, ପହଣ୍ଡି ଏବଂ ଆଡ଼ପମଣ୍ଡପ ନୀତିକାନ୍ତି ସମୟରେ ବିଳମ୍ବ ଏବଂ ବିଶୃଙ୍ଖଳା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଏଥିରେ ସୁଧାର ଆଣି ବାହୁଡ଼ା ଯାତ୍ରା ଏବଂ ପରବର୍ତ୍ତୀ ସମସ୍ତ ନୀତିକାନ୍ତିକୁ ସମ୍ପନ୍ନ କରିବାକୁ ଶ୍ରୀମନ୍ଦିର ଛତିଶାନିଯୋଗକୁ ଚେତାବନୀପୂର୍ଣ୍ଣ ଚିଠି କରାଯାଇଛି ।

ସୂଚାନୁଯାୟୀ , ବାହୁଡ଼ାରେ କିଛି ବି ବିଶୃଙ୍ଖଳା ହେଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଶ୍ରୀମନ୍ଦିରର ସମସ୍ତ ନିଯୋଗର ସଭାପତି, ସମ୍ପାଦକଙ୍କୁ ଏହି ଚିଠି କରି ସତର୍କ ରହିବାକୁ ସ୍ପଷ୍ଟ କରି ଦିଆଯାଇଛି । ଅଧିକ ସଂଖ୍ୟକ ସହାୟକମାନଙ୍କୁ ମଧ୍ୟ ରଥ ଉପରେ ରହିବାକୁ ଅନୁମତି ଦିଆଯିବ ନାହିଁ । ରଥ ଉପରେ ରହିଥିବା କର୍ତ୍ତବ୍ୟରତ ସେବକ ଓ କର୍ମଚାରୀଙ୍କ ସଂଖ୍ୟା ବି ସୀମିତ ରଖାଯାଇଛି । ତାଳଧ୍ୱଜ ରଥରେ 60 ଜଣ, ଦେବଦଳନ ରଥରେ 50ଜଣ ଓ ନନ୍ଦିଘୋଷ ରଥରେ 70 ଜଣ ସେବକ ଓ କର୍ମଚାରୀ ରହିବେ ।

1

Related posts

ବଦଳିବ ବାଣପୁର ଭଗବତୀ ମନ୍ଦିରର ରୂପରେଖ ; ବାଣପୁର ଗସ୍ତରେ ୫ଟି ସଚିବ

mahabharatanews

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

mahabharatanews

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

mahabharatanews