(ପୁରୀ) : ଆଜି ସୂର୍ଯ୍ୟୋଦୟ ସହ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଲୋକାର୍ପିତ ହେବ ଭବ୍ୟ ଓ ଦିବ୍ୟର ଏହି ପ୍ରଦକ୍ଷିଣ ମାର୍ଗ।
ସୂଚନାନୁଯାୟୀ , ଦେଶବିଦେଶରୁ ନିମନ୍ତ୍ରିତ ସାଧୁସନ୍ଥ ଓ ୮୫୦ଜଣ ଅତିଥିଙ୍କୁ ମୁଖ୍ୟମନ୍ତ୍ରୀ ଓ ଗଜପତି ମହାରାଜା ଉଦ୍ବୋଧନ ଦେବେ। ଏଥିପାଇଁ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ନେତୃତ୍ବରେ ୮୦ ପ୍ଲାଟୁନ୍ ଫୋର୍ସ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରର ସୁରକ୍ଷା ବ୍ୟବସ୍ଥାକୁ ହାତକୁ ନେଇଛନ୍ତି। ଯାହା ଭକ୍ତଙ୍କ ଚିନ୍ତନରେ ଭରିଦେବ ଆଧ୍ୟାତ୍ମିକତା।