ଓଡିଶା

କାରୋନା ତାଲା ପଡିଲା ପୁରୀ ଜୁଡିସିଆଲ କୋର୍ଟରେ

ପୁରୀ: ପୁରୀସ୍ଥିତ ଜୁଡିସିଆଲ କୋର୍ଟରେ ତାଲା । ଜଣେ ଆଇନଜୀବୀ ଓ ଜଣେ ମୋହରୀର କରୋନା ପଜିଟିଭ ଚିହ୍ନଟ ହେବା ପରେ କୋର୍ଟକୁ ବନ୍ଦ କରି ଦିଆଯାଇଛି । ଏଥିସହ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଡିଏସଆର ଅଫିସ ବନ୍ଦ କରାଯାଇଛି । କୋର୍ଟ ଥିବା ହରିହର ଛକରୁ ଟାଉନ ହଲ ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।
ସେହିପରି ବ୍ରହ୍ମଗିରି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗାଁକୁ ସଟଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ ପାଇଁ ଘୋଷଣା କରିଛନ୍ତି । ଗାଁଟି ବଜାର ସଂଲଗ୍ନ ହୋଇଥିବାରୁ ବ୍ରହ୍ମଗିରି ବଜାରର ମାରୱାଡି କୋଠା, ଛକ ସିଲ କରାଯିବା ସହ ବ୍ରହ୍ମଗିରି ଥାନା ଛକ, ନାରଣପୁର ଛକ, ପଂଚୁଦୋଳ ମେଳଣ ପଡିଆ ଛକ ପଂଚାୟତରେ ତାଲାବନ୍ଦ ନିୟମ ଲାଗୁ ହୋଇଛି ।

Related posts

ରାଜ୍ୟରେ କମିଛି କରୋନା ସଂକ୍ରମଣ ; ୪୮୭ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଧାର୍ମିକ, ରାଜନୈତିକ ଓ ବାଣିଜ୍ୟିକ ସମାବେଶକୁ ବାରଣ

mahabharatanews

ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews