ଓଡିଶା

ସଟଡାଉନ ବେଳେ ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହରକ୍ଷୀ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲକଡାଉନ ଓ ସଟଡାଉନ କଟକଣା ପାଇଁ ଜନଜୀବନ ପ୍ରଭାବିତ ହେଉଥୁବା ବେଳେ ଏଥିରୁ ଜୀବଜନ୍ତୁ ବି ବାଦ ପଡିନାହନ୍ତି । ଏହି ସମୟରେ ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁଗାଈ। ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି। ଏପରିକି ଖାଦ୍ୟାଭାବ ଯୋଗୁଁ କେତେକ ପଶୁ ଏକ ପ୍ରକାର ମରଣ ମୁହଁକୁ ଠେଲି ହୋଇ ଗଲେଣି । ଆଜି ଠିକ୍ ଏହିଭଳି ଅନାହାରରେ ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ଏକ ନିରୀହ ଗାଈଟିଏ । ବ୍ରହ୍ମପୁରରେ ଆମ୍ବପୁଆ ରିଜର୍ଭ ପୁଲିସ ପଛପଟେ ଅସହାୟ ଅବସ୍ଥାରେ ଦୀର୍ଘ ଘଣ୍ଟା ଧରି ପଡି ରହିଥିବା ଗାଈଟିର ଶୋଚନୀୟ ଅବସ୍ଥା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଖବର ପାଇବା ମାତ୍ରେ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ପଶୁ ଚିକିତ୍ସାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ପରେ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ଡକ୍ଟର ସୈାମୀକ୍ ସ୍ୱାଇଁ, କର୍ମଚାରୀ ପ୍ରଣୟ ପ୍ରସାଦ ରେଡ୍ଡୀ, ସାଇ ରାମ ରେଡ୍ଡୀ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ । ଗାଈଟି ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଇଞ୍ଜେକସନ, ମେଡ଼ିସିନ ଏବଂ ସାଲାଇନ୍ ଦିଆଯାଇଥିଲା । ଏଥିରେ ଗୃହରକ୍ଷୀ ଆଶିଷ ପାଣିଗ୍ରାହୀଙ୍କ ସହ ରିଜର୍ଭ ପୁଲିସ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି ଆହତ ହୋଇଥିବା ଗାଈଟିର ଚିକିତ୍ସାରେ ସହଯୋଗ କରିଥିଲେ ।

Related posts

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

mahabharatanews

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

mahabharatanews

ରଘୁନନ୍ଦନ ଦାସଙ୍କ ଘରେ ପୋଲିସ

mahabharatanews