ଭାରତ

 ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା, ୧୦୩ ନିଖୋଜ

(ସିକ୍କିମ) : ସିକ୍କିମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେତୁ ତିସ୍ତା ନଦୀରେ ହଠାତ୍ ଆସିଲା ବନ୍ୟା ଏବଂ ନେଲା ୧୯ ଜଣଙ୍କ ଜୀବନ । ଏବେ ବି ୧୦୩ ଜଣ ଅଛନ୍ତି ନିଖୋଜ । ତେବେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଏହି ସୂଚନା ଦିଆଯାଇଛି।

ସୂଚନାନୁଯାୟୀ , ସେନା ଏବଂ ଏନଡିଆରଏଫ ଟିମ୍ ନିଜ ଜୀଜବନକୁ ବିପଦରେ ପକାଇ ବନ୍ୟା ପାଣିରେ ପଶି ନିଖୋଜ ଲୋକଙ୍କୁ ଖୋଜିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତିସ୍ତା ନଦୀରେ ହଠାତ୍ ମାଡ଼଼ି ଆସିଥିଲା ବନ୍ୟା ଜଳ ।  ୨୩ ଜଣ ଭାରତୀୟଙ୍କ ଯବାନଙ୍କ ସମେତ ବହୁ ସଂଖ୍ୟାରେ ସେନା ଗାଡ଼ିକୁ ଭସାଇ ନେଇଥିଲା । ବଡ଼ ବଡ଼ ଗାଡ଼ି ଗୁଡିକ ମାଟି କାଦୁରେ ପୋତି ହୋଇ ରହିଛି । ଜେସିବି ମେସିନରେ ଚାଲିଛି ଉଦ୍ଧାରକାର୍ଯ୍ୟ । ଆଜି ଓଡ଼ିଆ ପୁଅ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ । ତା’ପରେ ତାଙ୍କ ଜନ୍ମଭୂମି କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ ।

Related posts

କୋଣାର୍କ ମନ୍ଦିରରୁ ବାଲି କାଢ଼ିବାକୁ ନିଷ୍ପତି

mahabharatanews

କଓ୍ବର୍ଦ୍ଧାରେ ସଡ଼କ ଦୁର୍ଘଟଣା, ୧୮ ମୃତ

mahabharatanews

ହେମନ୍ତଙ୍କ ପତ୍ନୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

mahabharatanews