ବଲାଙ୍ଗୀର: ଅନ୍ଧ ବିଶ୍ୱାସରେ ପଡି ଲୋକେ କାହିଁ କେତେ ପଶୁବଳୀଠୁ ଆରମ୍ଭକରି ନରବଳୀ ପକାଇବାକୁ ମଧ୍ୟ ପଛାଇ ନ ଥାନ୍ତି । ନିରିହ ଜୀବଙ୍କର କୌଣଷି ଭୁଲ ନ ଥାଇ ମଧ୍ୟ ବଳୀ ପଡି ଥାନ୍ତି । ଏହି ପଶୁ ବଳୀ ପରମ୍ପରା ବହୁ ଯୁଗ ଧରି ଚାଲିଅସିଛି । କିନ୍ତୁ ଯେତେ ବେଳେ ଏହି ବଳୀ ପକାଇ ବାର ପରମ୍ପରା ର ପ୍ରଭାବ ଛୋଟ ଛୁଆଙ୍କ ଉପରେ ପଡିିଯାଏ ତେବେ କଣ ହେବ ଭାବିଛନ୍ତି? ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ମହକୁମା ଠାରୁ ମାତ୍ର ଦଶ କିଲୋମିଟର ଦୂର ପଣ୍ଡରାପିଟା ଗାଁରେ।ଖେଳ ଖେଳରେ ୭ରୁ ୮ ବର୍ଷର ୫ ଜଣ ପିଲା ବଳୀଯାତ୍ରା ପକାଇବା ନେଇ କୁକୁର ଛୁଆକୁ ମାରି ତାର ରକ୍ତ ପିଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଶୁଣିବା ପରେ ପିଲାଙ୍କ ପରିବାର ଲୋକେ ସ୍ତଦ୍ଭ ହୋଇଯାଇତିଲେ ।
ସେଠାକାର ଲୋକମାନଙ୍କ କାହିବା ଅନୁଯାୟୀ, ଏହି ପିଲାମାନେ ଗାଁର ଏକ ସ୍ଥାନରେ ବଳିଯାତ୍ରାର ଅୟୋଜନ କରିଥିଲେ । ପ୍ଲାଷ୍ଟିକ ବାଜା ବଜାଇ ବାହାରିଯାଇଥିଲେ ଶୋଭାଯାତ୍ରାରେ । ଗାଁରେ ବୁଲୁଥିବା କୁକୁର ଛୁଆକୁ ‘ପାଟବୋଦା’ କରିଥିଲେ। ଶୁଲିଆ, ପାଟଖଣ୍ଡା ଓ କାନ୍ଦୁଲଯାତ୍ରାରେ ଦେଖିଥିବା ପୂଜା ପଦ୍ଧତିରେ ପୂଜା କରିଥିଲେ । ଶେଷରେ ପିଲାମାନେ କୁକୁର ଛୁଆଟିିକୁ ବଳୀ ଦେଇ ତାର ରକ୍ତ ପିଇଥିଲେ । ଏହିଘଟଣା ଲୋକମାନେ ଜାଣି ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ । ଡାକ୍ତରଖାନାରେ ତାଙ୍କ କୁକୁର କାମୁଡ଼ା ଇଂଜେକସନ୍ ଏଆର୍ଭି ଏମାନଙ୍କୁ ଦିଆଯାଉଛି। ତିନିଟି ଡୋଜ ଶିଶୁମାନେ ନେଇ ସାରିଥିବା ବେଳେ ଆସନ୍ତା ୧୬ ତାରିଖ ଶେଷ ଡୋଜ ନେବେ ବୋଲି ଜଣାପଡ଼ିଛି।