ଭାରତ

ଲୋକଙ୍କ ସହ ନୁହେଁ, ବିଷଧର ସାପଙ୍କ ସହ ବନ୍ଧୁତା କରନ୍ତି ଏହି ବ୍ୟକ୍ତି

ବର୍ଷା ଋତୁ ଆରମ୍ଭ ହେବା ମାତ୍ରେ ବିଷଧର ସାପଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଯାଏ । ଅନେକ ଲୋକ ଏହି ଋତୁରେ ସାପ କାମୁଡ଼ାରେ ପ୍ରାଣ ହରାଇ ଥାଆନ୍ତି । ଏଥିପାଇଁ ସାପ ଦେଖିବା ମାତ୍ରେ ଲୋକେ ମାରିପକାନ୍ତି । ଏକ ଆକଳନ ଅନୁଯାୟୀ, ସମଗ୍ର ବିଶ୍ୱରେ ୧୮୦୦ ପ୍ରଜାତିର ସାପ ଦେଖିବାକୁ ମିଳେ । ସେଥି ମଧ୍ୟରୁ ୬୦ ଟି ପ୍ରଜାତି ଅତ୍ୟଧିକ ବିଷାକ୍ତ । ସେମାନଙ୍କର ବିଷର ମାତ୍ର ଗୋଟିଏ ବୁନ୍ଦା ଚାଲୁଥିବା ମଣିଷକୁ ମୃତ୍ୟୁର କୋଳକୁ ଠେଲି ଦେଇପାରିବ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ସହ ପରିଚିତ କରେଇବୁ, ଯିଏ ସାପର ବନ୍ଧୁ ଅଟନ୍ତି । ରାମପୁରର ବନ ବିଭାଗରେ ଜଣେ କର୍ମଚାରୀ ପ୍ରାୟ ୪୦୦ ବିଷାକ୍ତ ସାପକୁ ଉଦ୍ଧାର କରିଛନ୍ତି। ଏହି କାରଣରୁ ସେ ସମସ୍ତଙ୍କ ଗହଣରେ ସ୍ନେକ୍‌ ମ୍ୟାନ ନାମରେ ପରିଚିତ ।

ସ୍ନେକ୍‌ ମ୍ୟାନ୍‌ ବେଚୁ ସିଂ । ପେଶାରେ ସେ ଜଣେ ବନ ବିଭାଗ କର୍ମଚାରୀ ହୋଇଥିବା ବେଳେ ନିଶା ତାଙ୍କର କିନ୍ତୁ ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡ଼ିବା । ଉତ୍ତରପ୍ରଦେଶ ରାମପୁର ଜିଲ୍ଲାରେ ଜଣେ ବନ କର୍ମଚାରୀ ଭାବରେ କାମ କରନ୍ତି ବେଚୁ ସିଂ । ଏହି ଅଞ୍ଚଳରେ ଅହିରାଜ, ଅଜଗର, ଚିତି ଆଦି ବିଷଧର ପ୍ରଜାତିର ସାପ ଦେଖିବା ପାଇଁ ମିଳନ୍ତି । ଯେବେ ବି କାହା ଘରେ ସାପ ଦେଖାଗଲେ ପ୍ରଥମେ ଖୋଜାପଡ଼ନ୍ତି ସ୍ନେକ୍‌ ମ୍ୟାନ୍‌ ବେଚୁ ସିଂ । ଆଉ ଖବର ପାଇବା ମାତ୍ରେ ତିଳେ ବିଳମ୍ବ ନକରି ସେ ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ସାପକୁ ଉଦ୍ଧାର କରିବା ପାଇଁ ।

ଜୋନପୁର ଏକ ଛୋଟ ଗାଁରେ ଜନ୍ମ ହୋଇଥିବା ବେଚୁ ସିଂ ପ୍ରାୟ ୨୨ ବର୍ଷ ଧରି ରାମପୁରରେ କାର୍ଯ୍ୟ  କରୁଛନ୍ତି । ସେ ୨୦୦୨ ରୁ ରାମପୁରରେ ଜଙ୍ଗଲ ବିଭାଗର ରେ କାମ କରୁଛନ୍ତି । ବେଚୁ ସିଂଙ୍କ କହିବାନୁସାରେ, ସେ ୭ ବର୍ଷ ଧରି ରାମପୁରରେ ସାପ ଧରିବା କାମ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜ ଜୀବନକୁ ବିପଦରେ ପକାଇ ଚାରି ଶହରୁ ଅଧିକ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ।

ବେଚୁ ସିଂଙ୍କ ଅନୁଯାୟୀ, ରାମପୁରରେ ଅଧିକାଂଶ କୋବ୍ରା ପ୍ରଜାତିର ସାପ ଦେଖିବାକୁ ମିଳେ। ଉଦ୍ଧାର କରିବା ପରେ ବିଷଧର ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଅନ୍ତି ଓ ସାଧାରଣ ସାପକୁ କୋସି ନଦୀ କୂଳରେ ଛାଡ଼ି ଦିଅନ୍ତି । ସାପ ଗୁଡ଼ିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ସେ ସ୍ଥାନୀୟ ଲୋକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ।

Related posts

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

mahabharatanews

 ଆଶାରାମ ବାପୁଙ୍କୁ ନାହିଁ ଆଶ୍ୱସ୍ତି 

mahabharatanews

ଓଡି଼ଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ

mahabharatanews