ଭାରତ

୨୩ରେ ଇଡି ପାଖରେ ହାଜର ହେବେ ସୋନିଆ ଗାନ୍ଧୀ

(ଦିଲ୍ଲୀ) : ନିକଟରେ କରୋନାକୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଲେଉଟିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ସୋମବାର ସନ୍ଧ୍ୟାରେ ହସ୍ପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି। ତେବେ ତାଙ୍କୁ ଘରେ ଏବେ ବିଶ୍ରାମ ନେବାକୁ ପରାମର୍ଶ ଡାକ୍ତର ଦେଇଛନ୍ତି । (ଇଡି) ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କରିଛି। ତାଙ୍କୁ ଜୁନ ୨୩ ରେ ଇଡି ପାଖରେ ହାଜର ହେବା ପାଇଁ କହିଛି ।

ଦଳର ମହାସଚିବ ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ,କଂଗ୍ରେସ ଅଧ୍ୟକ୍ଷ ଆଜି ସନ୍ଧ୍ୟାରେ ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ଏବଂ ତାଙ୍କୁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସୂଚନା ଥାଉକି ସୋନିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା।

ସୂଚନାନୁଯାୟୀ , କରୋନା ଭାଇରସ ସଂକ୍ରମଣ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଥିଲା। ଜୁନ ୧୨ ରେ ତାଙ୍କୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପୂର୍ବରୁ ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ରେ ହାଜର ହେବା ପାଇଁ କୁହାଯାଇଥିଲା। ହେଲେ ସେ କରୋନା ଭାଇରସରେ ସଂକ୍ରମିତ ହେବାରୁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି।

Related posts

ମୋଦୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି 

mahabharatanews

ଯମୁନା ନଦୀରେ ଡଙ୍ଗା ଓଲଟି ୨୦ ଜଣଙ୍କ ମୃତ୍ୟୁ ଆଶଙ୍କା

mahabharatanews

ଅମୃତସର ପରିବର୍ତ୍ତେ ପାକିସ୍ତାନ ପହଞ୍ଚିଲା ବିମାନ

mahabharatanews