ଭାରତରାଜନୀତି

ଆଜି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ନେସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଇଡିରେ ହାଜର ହୋଇପାରନ୍ତି। ତେବେ ଇଡି ପକ୍ଷରୁ ସୋନିଆଙ୍କୁ ଦୁଇ ଥର ନୋଟିସ କରାଯାଇଥିଲା। ଅସୁସ୍ଥତା କାରଣରୁ ସେ ହାଜର ହୋଇପାରିନଥିଲେ। ତୃତୀୟ ଥର ଜୁଲାଇ ୨୧ ତାରିଖରେ ହାଜର ହେବା ଲାଗି ଇଡି ପକ୍ଷରୁ ନୋଟିସ କରାଯାଇଛି। ଏହାକୁ ନେଇ କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏନେଇ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କ ନେତୃତ୍ୱରେ ଦଳର ସାଂସଦ ଆଉ ବରିଷ୍ଠ ନେତାମାନେ ଦିଲ୍ଲୀରେ ପହଞ୍ଚିଛନ୍ତି। ସେହିପରି ରାଷ୍ଟ୍ରୀୟ ଯୁବ ଓ ଛାତ୍ର କଂଗ୍ରେସର ଆଗ ଧାଡିର ନେତାମାନେ ଦିଲ୍ଲୀରେ ପହଞ୍ଚିଥିବା ଜଣାପଡିଛି। ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ଟ୍ୱିଟ କରିଛନ୍ତି। ଦେଶରେ ମୋଦି – ଶାହ ଯୋଡି ସୋନିଆ ଗାନ୍ଧୀଙ୍କ ଉପରେ ରାଜନୈତିକ ପ୍ରତିଶୋଧ ନେଉଛନ୍ତି। ତେଣୁ ଆମ ଦଳ ପକ୍ଷରୁ ସମସ୍ତ ନେତା ଏକଜୁଟ ହୋଇ ଦେଶବ୍ୟାପୀ ଏହାର ପ୍ରତିବାଦ କରିବୁ ବୋଲି ଶ୍ରୀ ରମେଶ କହିଛନ୍ତି। ସୋନିଆ ଗାନ୍ଧୀ ଇଡିରେ ହାଜର ହେବା ପୂର୍ବରୁ ଦିଲ୍ଲୀ ପୁଲିସ ପକ୍ଷରୁ ଇଡି କାର୍ଯ୍ୟାଳୟ ସମେତ ୨୪ ଆକବର ରୋଡରେ ଥିବା କଂଗ୍ରେସ କାର୍ଯ୍ୟାଳରେ ମଧ୍ୟ ସୁରକ୍ଷାକୁ ବଢାଇ ଦିଆଯାଇଛି। ତେବେ ସୋନିଆଙ୍କ ପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ୫୦ ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ଜେରା କରିଥିଲା। ଯାହାକୁ ନେଇ ସେତେବେଳେ ଦେଶବ୍ୟାପୀ ସମସ୍ତ ଇଡି କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକ ଥିବା କଂଗ୍ରେସ-ପ୍ରୋତ୍ସାହିତ ୟଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ହୋଇଥିବା ଆର୍ଥିକ ଅନିୟମିତତା ପ୍ରସଙ୍ଗରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା।
ଗତବର୍ଷ ମନି ଲଣ୍ଡରିଂ ଆକ୍ଟର ଅପରାଧିକ ବିଭାଗ ଅଧୀନରେ ଏକ ନୂତନ ମାମଲା ପଞ୍ଜିକରଣ କରିବା ପରେ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଦ୍ୱାରା ୨୦୧୩ ରେ ଦାଖଲ ହୋଇଥିବା ଏକ ବ୍ୟକ୍ତିଗତ ଅପରାଧିକ ଅଭିଯୋଗ ଆଧାରରେ ୟଙ୍ଗ ଇଣ୍ଡିଆ ବିରୋଧରେ ଆୟକର ବିଭାଗର ଅନୁସନ୍ଧାନକୁ ଟ୍ରାଏଲ କୋର୍ଟ ଗ୍ରହଣ କରିଥିଲେ।

Related posts

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

mahabharatanews

ବିଲେଇ ପାଇଁ କିଛି ସମୟ ବନ୍ଦ ହେଲେ ଆଇପିଏଲ !

mahabharatanews

ଅଷ୍ଟ୍ରେଲିଆରେ ପହଚିଂଲେ ରୋହିତ ସେନା

mahabharatanews