ଓଡିଶାଭାରତରାଜନୀତି

ଓଡିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ଲାଗି ପଡ଼ିଛନ୍ତି ନୀତୀଶ ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟୁଛନ୍ତି। ଏଥିରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ | ନବୀନଙ୍କୁ ଭେଟିବା ସହ ନୀତୀଶ ଆଉ କିଛି ବିରୋଧୀ ଦଳ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ଏନସିପି ନେତା ଶରଦ ପାୱାର ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟି ପାରନ୍ତି। ଏଥିସହ ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି କୁମାର ସ୍ୱାମୀଙ୍କୁ ମଧ୍ୟ ନୀତୀଶ କୁମାର ଭେଟି ପାରନ୍ତି।ତେବେ କହିରଖୁ ପୂର୍ବରୁ ନୀତୀଶ ଓଡ଼ିଶା ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ରହିଛି। ନୀତୀଶ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଯେଉଁ ପ୍ରୟାସ ଚଳାଇଛନ୍ତି ସେଥିରେ ନବୀନଙ୍କୁ ସାମିଲ କରିବେ ବୋଲି ଚର୍ଚ୍ଚା ହେଉଛି।ଏନଡିଏ ସହ ସମ୍ପର୍କ ଛିନ୍ନ କରିବା ପରେ ପ୍ରଥମ ଥର ପାଇଁ ନୀତୀଶ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ।ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ସିପିଏମ୍ ନେତା ସୀତାରାମ ୟେଚୁରୀ ଓ ଇଣ୍ଡିଆନ୍ ନ୍ୟାସନାଲ ଲୋକଦଳ ମୁଖ୍ୟ ଓମ୍ ପ୍ରକାଶ ଚୌତାଲା, ସିପିଆଇ ନେତା ଡି. ରାଜାଙ୍କୁ ଭେଟି ଆଲୋଚନା କରିଥିଲେ ।ତେବେ ତାଙ୍କ ଉଦେଶ୍ୟ କଣ ରହିଛି ତାହା ଜଣାପଡିନାହିଁ ଏନେଇ ଜାତୀୟ ଗଣମାଧ୍ୟମରେ ବେଶ ଚର୍ଚ୍ଚା ଚାଲିଛି |

Related posts

ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିରରେ ସରସ୍ୱତୀ ପୂଜନ ଉତ୍ସବ ପାଳିତ

mahabharatanews

ଫେରିଲେ ୭୯୮ ଭାରତୀୟ

mahabharatanews

ଜୁନ୍‌ରେ ନକ୍ସଲ ବିରୋଧୀ ଅଭିଯାନ

mahabharatanews