ଭାରତ

ଅଷ୍ଟ୍ରେଲିଆରେ ପହଚିଂଲେ ରୋହିତ ସେନା

ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଗୁରୁବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛି। ଅକ୍ଟୋବର ୨୩ ତାରିଖରେ ରୋହିତ ଶର୍ମାଙ୍କ ଦଳ ପାକିସ୍ତାନ ସହ ମେଲ୍ବର୍ଣ୍ଣରେ ଖେଳି ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୩ ତାରିଖରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ସେହି ମେଲ୍ବର୍ଣ୍ଣରେ ଖେଳାଯିବାକୁ ଥିବାରୁ ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନରେ ଥିବା ଟିମ୍ ଇଣ୍ଡିଆ ୧୫ ବର୍ଷ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ଦ୍ବିତୀୟ ଥର ଜିତିବା ଲକ୍ଷ୍ୟରେ ରହିଛି। ଗତବର୍ଷ ୟୁଏଇରେ ବିସିସିଆଇ ଆୟୋଜିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ସେମିଫାଇନାଲ୍ ପୂର୍ବରୁ ବିଦାୟ ନେଇଥିଲା। ୨୦୦୭ରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ୨୦୧୧ରେ ଆଇସିସି ଦିନିକିଆ ବିଶ୍ବକପ୍ ଜିତିବା ପରଠାରୁ ଭାରତ କୌଣସି ବଡ଼ ଆଇସିସି ପ୍ରତିଯୋଗିତା ଜିତିନାହିଁ। ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ପ୍ରଥମ ଥର ଏକ ବିଶ୍ବକପ୍ ଖେଳିବାକୁ ଯାଉଥିବାରୁ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଆଶା କରାଯାଉଛି। ଗୁରୁବାର ଭାରତୀୟ ଦଳର ଗ୍ରୁପ ଫଟୋ ଛାଡ଼ି ବିସିସିଆଇ ଶୁଭେଚ୍ଛା ଜଣାଇବା ଅବସରରେ ଲେଖିଛି, ‘ପିକ୍ଚର୍ ପରଫେକ୍ଟ୍, ଲେଟ୍ସ ଡୁ ଦିସ୍ ଟିମ୍ ଇଣ୍ଡିଆ’। ବିରାଟ କୋହଲି ଏବଂ ସୂର୍ୟ୍ୟକୁମାର ଯାଦବ ମଧ୍ୟ ସେମାନଙ୍କ ସାଥି ଖେଳାଳିଙ୍କ ସହ ଭିନ୍ନ ଫଟୋ ଛାଡି ଆଗକୁ ଚମତ୍କାର ସମୟ ଆସୁଛି ବୋଲି ଉଲ୍ଲେଖ କରିଛନ୍ତି।ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍ (ଉପ ଅଧିନାୟକ), ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ୍, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ୍, ଭୁବନେଶ୍ବର କୁମାର, ହର୍ଷଲ୍ ପଟେଲ୍, ଅର୍ଶଦୀପ ସିଂହ, ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲ୍, ଦୀପକ ହୁଦା, ମହମ୍ମଦ ସିରାଜ୍। ସଂରକ୍ଷିତ: ଶ୍ରେୟସ ଆୟର୍, ରବି ବିଷ୍ଣୋଇ, ମହମ୍ମଦ ସାମି/ଦୀପକ ଚହର।

Related posts

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

mahabharatanews

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ୨୫୫ଜଣଙ୍କ ମୃତ୍ୟୁ

mahabharatanews

ସ୍ୱାସ୍ଥ୍ୟଜନିତ ସମସ୍ୟା ନେଇ ମେଡିକାଲରେ ଭର୍ତ୍ତି ହେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

mahabharatanews