ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେବା ପରେ ଚର୍ଚ୍ଚା ଜୋର ଧରିଥିଲା କି ସେ ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଗତକାଲି ଅମରିନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ଟାଣିଛନ୍ତି । ସେ କହିଛନ୍ତି, ସେ କଂଗ୍ରେସରେ ଯୋଗଦେବେ ନାହିଁ କିନ୍ତୁ ବିଜେପିରେ ମଧ୍ୟ ସାମିଲ ହେବେ ନାହିଁ । ଏହା ପରେ କୁହାଯାଉଛି, ସେ ଆସନ୍ତା ନିର୍ବାଚାନ ପୂର୍ବରୁ ନୂଆ ଦଳ ଗଠନ କରିବେ । ଆସନ୍ତା ୧୫ ଦିନ ଭିତରେ ନୂଆ ଦଳର ଗଠନ ପୂର୍ବକ ଘୋଷଣ। କରିବେ ବୋଲି ଜଣାପଡିଛି ।
ଅମରିନ୍ଦର ନୂଆ ଗଠନ କଲେ ତାଙ୍କ ଦଳରେ କଂଗ୍ରେସର ବହୁ ଅସନ୍ତୁଷ୍ଟ ତଥା କୋଣଠେଁସା ହୋଇ ରହିଯାଇଥିବା ନେତା ମାନେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ସେ କୃଷକ ନେତାଙ୍କୁ ମଧ୍ୟ ସାମିଲ କରି ପାରନ୍ତି ନିଜ ଦଳରେ । ଏନେଇ କୃଷକନେତାଙ୍କୁ ଭେଟିବାର ସମ୍ଭାବନା ରହିଛି ।