ଭୁବନେଶ୍ୱର: ଏସସିବିରୁ ହାଇଦର ଫେରାର ମାରିବା ଘଟଣା ପରେ ରାଜ୍ୟ ପୁଲିସ ହାଇ ଆଲର୍ଟରେ । ଆଜି ଡିଜିପି ଅଭୟ ହାଇଦରକୁ ଧରିବାକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ କମିଶନରେଟ ପୁଲିସର କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ହାଇଦରକୁ ଖୁବ ଶୀଘ୍ର ଧରାଯିବ । ହାଇଦରକୁ ଧରିବାକୁ ସର୍ଭିଲାନ୍ସକୁ ସକ୍ରିୟ କରାଯାଇଛି । ସମସ୍ତ ଜିଲ୍ଲାର ଏସପିମାନଙ୍କୁୁ ଆଲର୍ଟ କରାଯାଇଛି । ଟ୍ୱିନସିଟି ବ୍ୟତୀତ ରାଜ୍ୟର ସମସ୍ତ ଷ୍ଟେସନ, ବସ ଷ୍ଟାଣ୍ଡ, ପ୍ରମୁଖ ରାସ୍ତାରେ ନାକାବନ୍ଦୀ କରାଯାଇଛି । ସମସ୍ତ ସୀମାନ୍ତବର୍ତ୍ତୀ ଜିଲ୍ଲାର ପୁଲିସକୁ ସତର୍କ ରହିବାକୁ କୁହାଯିବା ସହ ବାହାର ରାଜ୍ୟକୁ ଯାଉଥିବା ରାସ୍ତା ଉପରେ ସତର୍କ ଦୃଷ୍ଟି ଦିଆଯାଇଛି । ଡିଜିପିଙ୍କ ଏହି ବୈଠକରେ କ୍ରାଇମ ବ୍ରାଞ୍ଚ ଏଡିଜି ଯଶୱନ୍ତ ଜେଠୱା,ସେଣ୍ଟ୍ରାଲ ରେଞ୍ଜ ଡିଆଇଜି ଜେ ଏନ ପଙ୍କଜ ପ୍ରମୁଖ ଉପସ୍ଥିତ ରହି ହାଇଦରକୁ ଧରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।
previous post
next post