Uncategorized

୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସ

ସୋପର(ମହାଭାରତ): ପୁଣି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମଧ୍ୟରେ ମୁହାଁମୁହିଁ । ଜମ୍ମୁ-କଶ୍ମୀରରେ ପୁଣି ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ବଡ ସଫଳତା । ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ନିହତ କରିଛି ପୋଲିସ । ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତୋଇବା ଗୃପର ୨ ସଦସ୍ୟଙ୍କ ଉପରେ ଭାରୀ ପଡିଛି ଭାରତର ସୁରକ୍ଷାକର୍ମୀ ।
ଜମ୍ମୁ-କଶ୍ମୀରର ସୋପରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ଉଭୟ ପୁଣିଥରେ ଆମନାସାମନା ହୋଇଛନ୍ତି । ଗତକାଲି ୱାରପୋରାଠାରେ କିଛି ଆତଙ୍କବାଦୀ ଲୁଚି ରହିତିବା ଖବର ପାଇଥିଲା ସୋପର ପୋଲିସ । ଏହାପରେ ଆରମ୍ଭ ହୋଇଥିଲା ଅପରେସନ । ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରିତିା ବେଳେ ଦୁି ଆତବାଦୀ ଅନ୍ଧାର ଆଡରେ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ତେବେ ସମାନଙ୍କୁ ରୋକିବା ପାଇଁ ପୋଲିସ ଗୁଳିଚାଳନା କରିଥିଲା । ପୋଲିସର ଏହି ଏନକାଉଣ୍ଟରରେ ଉଭୟ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏମାନେ ପାକିସ୍ତାନର ଲସ୍କର-ଇ-ତୋଇବା ଗୃପ ସହିତ ଜଡିତ ଥିବା ମଧ୍ୟ ଜଣାଯାଇଛି । ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ଲସ୍କରର ଟପ କମାଣ୍ଡର ବୋଲି ସୂଚନା ମିଳିଛି ।

Related posts

ଜୀବନସାଥୀ ବାଛିଲେ ୧୧୦୦ ହିନ୍ଦୁ, ମୁସଲମାନ ଯୋଡି

mahabharatanews

ଭୀମା କୋରେଗାଓଁ ହିଂସା ଘଟଣା: ଦିଲ୍ଲୀ ୟୁନିଭର୍ସିଟିର ପ୍ରଫେସର ଗିରଫ

mahabharatanews

କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗୁଛି ବିଏମସି

mahabharatanews