ଅପରାଧ

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହ।ପାତ୍ରଙ୍କ ମୃତ୍ୟୁ ମାମଲା କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର । ମାମଲାର ତଦନ୍ତ କରିବାକୁ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ । ଜଣେ ଡିଏସପି ତଦନ୍ତକାରୀ ଟିମର ନେତୃତ୍ୱ ନେବେ ଓ ତିନି ଜଣିଆ ଟିମ ଏହାର ତଦନ୍ତ କରିବ ବୋଲି କ୍ରାଇମ ବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡା ସୂଚନା ଦେଇଛନ୍ତି ।
ଏସିଏଫଙ୍କ ମୃତ୍ୟୁକୁ ଏକମାସରୁ ଊଦ୍ଧ୍ୱର୍ ସମୟ ବିତିଯାଇଛି । ଏଯାବତ୍ ପୁଲିସକୁ କୌଣସି ସଫଳତା ମିଳିପାରିନାହିଁ । ସୌମ୍ୟ ରଞ୍ଜନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ପୁଲିସ ତାହା ମଧ୍ୟ ସ୍ପଷ୍ଟ କରିପାରୁ ନାହିଁ । ଅନ୍ୟପଟେ ଗୋଟିଏ ଦିନର ତଦନ୍ତ ପରେ ତକ୍ରାଳୀନ ଏସପି ମାମଲାରେ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନ ଚିଟ ଦେଇସାରିଛନ୍ତି । ପୁଲିସ ତଦନ୍ତକୁ ନେଇ ସୌମ୍ୟଙ୍କ ପରିବାର ବର୍ଗ ଅସନ୍ତୁଷ୍ଟ । ଏହାକୁ ନେଇ ସୌମ୍ୟଙ୍କ ବାପା ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ।
ଜୁଲାଇ ୧୨ ତାରିଖ ରାତିରେ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ସରକାରୀ ବାସଭବନରେ ପୋଡି ହୋଇ ମୃତ୍ୟୁ ହୋଇଥିଲା ।

Related posts

ଚୁଙ୍ଗୁଡି ଫ୍ୟାକ୍ଟ୍ରି ମ୍ୟାନେଜରଙ୍କୁ ବଟି ମ।।ଗି ଦୁଇ ଗିରଫ

mahabharatanews

ନିଜ ଘରୁ ଆଇଏଏସଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

mahabharatanews

ଭବାନୀପାଟଣାର ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

Leave a Comment