ମନୋରଞ୍ଜନ

ଫେରାର ହୋଇଗଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ

(କୋଲକତା) : ଫେରାର ହୋଇଗଲେ ସୌରିନ ଭଟ୍ଟ । ଜଗତପୁର ସାଇବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ସୌରିନୀଙ୍କୁ ହାଜର ହେବାପାଇଁ କୁହାଯାଇଥିବା ବେଳେ ସେ ନ ଆସିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଛି।  ୧୨ ତାରିଖରେ ସମ୍ପୃକ୍ତ ଯୁବତୀ ମହିଳା ଥାନାରେ ଏତଲା ଦେଇଥିଲେ। ସେବେଠାରୁ ସୌରିନଙ୍କ ପତ୍ତା ମିଳୁନାହିଁ। ସେ ଫେରାର ଥିବା ବେଳେ ଫୋନ ମଧ୍ୟ ଅଫ ରହିଛି  ।

ସୂଚନାନୁଯାୟୀ ,  କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଘରେ ଚଢ଼ାଉ କୋଲକାତାସ୍ଥିତ ଘରେ କମିସନରେଟ୍ ପୁଲିସ ବୁଧବାର ଦିନ ରାତିରେ ଚଢ଼ଉ କରିଛି। ଜଣେ ମହିଳା ଏସ୍‌ଆଇଙ୍କ ନେତୃ୍ତ୍ବରେ ୫ ଜଣିଆ ଟିମ୍ ଏଥିରେ ସାମିଲ ହୋଇଛନ୍ତି। ବୁଧବାର ସକାଳେ କଟକ ପୋଲିସ ଟିମ୍ ଟ୍ରେନ୍ ଯୋଗେ କଲିକତା ଯାଇଥିଲେ।ଏହି ଟିମ୍ କୋଲକାତା ପୋଲିସ ସହିତ ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ପରେ ମିଳିତ ଭାବେ ପୁଲିସ ଟିମ୍ ସୌରିନଙ୍କ ଘରେ ଚଢ଼ଉ କରିଥିବା ସୂଚନା ମିଳିଛି।

 

 

Related posts

ଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ଶାହନାଜ ଟ୍ରେଜେରି

mahabharatanews

ଚଳିତ ମାସ ହାତକୁ ଦି ହାତ ହେବେ ପରିଣୀତି ଓ ରାଘବ

mahabharatanews

ଫିଲ୍ମ ‘ଅଲ ଇଣ୍ଡିଆ ରାଙ୍କ’ର ଟ୍ରେଲର ରିଲିଜ

mahabharatanews