ଓଡିଶା

ଆରଟିଆଇ କର୍ମୀଙ୍କୁ ସୂଚନା ନ ଦେଇ ଜରିମାନା ଗଣିବେ ଏସପି ନୀତି ଶେଖର

ବାଲେଶ୍ୱର: ବାଲେଶ୍ୱର ଏସପିଙ୍କୁ ୧ ଲକ୍ଷ ଟଙ୍କା ଜରିମାନା । ଆରଟିଆଇ କର୍ମୀଙ୍କୁ ସୂଚନା ନ ଦେଇ ଜରିମାନା ଗଣିବେ ଏସପି ନୀତି ଶେଖର । ୨୦୧୬ ମସିହାରେ ଏକ ଘଟଣାରେ ଆରଟିଆଇ କର୍ମୀ ବନଜା ମଞ୍ଜରୀ ମିଶ୍ରଙ୍କ ଅଭିଯୋଗକୁ ଭିତ୍ତିକରି ଏହି ଜରିମାନା କରିଛନ୍ତି ସୂଚନା କମିଶନର ।
୨୦୧୬ ମସିହାରେ ସିମୁଳିଆ, ଖଇରା, ସୋର ଥାନାରେ ଏକ କାଳୀନ ୩ ଟି ମାମଲାରେ ଭୋଗରାଇର ସୁବ୍ରତ ବେହେରାଙ୍କୁ ଗିରଫ କରାଯାଇଥିଲା । ଆରଟିଆଇ କର୍ମୀ ବନଜା ମଞ୍ଜରୀ ଏହି ଘଟଣାରେ ତତ୍କାଳୀନ ବାଲେଶ୍ବର ଏସପି ନୀତି ଶେଖରଙ୍କୁ ଆରଟିଆଇ ଆକ୍ଟରେ ତଥ୍ୟ ମାଗିଥିଲେ । କିନ୍ତୁ ଏସପି ବନଜାଙ୍କୁ କୌଣସି ସୂଚନା ପ୍ରଦାନ କରି ନ ଥିଲେ । ଏହା ପରେ ୨୦୧୭ରେ ବନଜା ରାଜ୍ୟ ସୂଚନା କମିଶନଙ୍କୁ ନେଇ ଅବଗତ କରାଇଥିଲେ । ସୂଚନା କମିଶନ ଏହି ଘଟଣାରେ ନୀତି ଶେଖରଙ୍କୁ ତଥ୍ୟ ପ୍ରଦାନ କରିବାକୁ ତଥା କମିଶନଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ନୀତି ଶେଖରଙ୍କୁ ୧୧ ଥର ହାଜର ହେବାକୁ ନୋଟିସ ହୋଇଥିଲେ ମଧ୍ୟ ସେ ଏହାକୁ ବେଖାତିର କରି ରହିଯାଇଥିଲେ । ଫଳରେ ଏହି ମାମଲାରେ ସୂଚନା କମିଶନର ସୁଶୀଲ ମିଶ୍ର ବିଚାର କରି ନୀତି ଶେଖରଙ୍କୁ ୧ ଲକ୍ଷ ଟଙ୍କା ଜରିମାନାରେ ଦଣ୍ଡିତ କରିବା ସହ ୭ ଦିନରେ ବନଜାଙ୍କୁ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ପରେ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ସନ୍ତୋଷଦେଖା ଦେଇଛି ।

 

Related posts

ଆଇଏଲଏସ ନିର୍ଦ୍ଦେଶକ ଡା. ଅଜୟ ପରିଡ଼ାଙ୍କ ଦେହାନ୍ତ

mahabharatanews

ଦେଶରେ ୨୪ ଘଣ୍ଟାରେ ଗଲା ୧୨୬ ଜୀବନ

mahabharatanews

କୋଣାର୍କ ମାଘମେଳା ପାଇଁ ପ୍ରଥମ ବୈଠକ

mahabharatanews

Leave a Comment