ଓଡିଶା

ହିଟ୍ ୱେଭ୍: ନନ୍ଦନକାନନରେ ସ୍ୱତନ୍ତ୍ର ବ୍ୟବସ୍ଥା

(ଭୁବନେଶ୍ୱର) : ରାଜ୍ୟରେ ଜାରି ରହିଛି ହିଟ୍ ୱେଭ୍ । ସେଥିଲାଗି ଅଂଶୁଘାତରୁ ରକ୍ଷା ପାଇବା ପାଇଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ, ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ବ୍ୟବସ୍ଥା କରାଯାଇଛି ।

ସୂଚନାନୁଯାୟୀ , ଡାକ୍ତରଙ୍କ ପରାମର୍ଶ କ୍ରମେ ଜୀବଜନ୍ତୁଙ୍କୁ ତରଭୁଜ, ଆଖୁ ଓ କାକୁଡି ଭଳି ସପର ଫ୍ରୁଟ୍ ଏବଂ ଆଣ୍ଟି ହିଟ୍ ମେଡିସିନ ଦିଆଯାଉଛି । ଏନକ୍ଲୋଜର ଗୁଡ଼ିକୁ ବାଉଁଶ ତାଟି ଓ ବେଣା ଚେର ସ୍କ୍ରିନରେ ଘୋଡ଼ାଯାଇଛି । ଫଲରେ ତାତିର ପ୍ରକୋପ କମ ରହିବ ଏବଂ ଅଂଶୁଘାତରୁ ରକ୍ଷାପାଇବେ । ପ୍ରାଣୀ ଉଦ୍ୟାନର ସମସ୍ତ ଏନକ୍ଲୋଜର ଗୁଡିକୁ ୨୪ଘଣ୍ଟିଆ ପାଣି ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି । ଖରା ଦାଉରୁ ରକ୍ଷା କରିବାକୁ ସିମ୍ପାଞ୍ଜି ଓ ଗିବନ ପାଇଁ କୁଲର ବ୍ୟବସ୍ଥା ହୋଇଛି । ଭାଲୁମାନଙ୍କ ପାଇଁ ପାଣିରେ ବୁଡ଼ି ରହିବା ଭଳି ବ୍ୟବସ୍ଥା ହୋଇଛି । ସେହିପରି ପକ୍ଷୀମାନଙ୍କ ପାଇଁ କୃତ୍ରିମ ଝରଣା ଓ ପାଣି ସିଞ୍ଚନ ବ୍ୟବସ୍ଥା ହୋଇଛି ।

Related posts

ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା

mahabharatanews

ଲକ୍ଷ୍ମୀମନ୍ଦିରରେ ଭକ୍ତଙ୍କ ଭିଡ଼

mahabharatanews

 ବିଲରେ ମରି ପଡିଛନ୍ତି ବିଦେଶାଗତ ପକ୍ଷୀ: ବାର୍ଡ ଫ୍ଲୁ ଆଶଙ୍କା 

mahabharatanews