ଓଡିଶା

ହାତୀ ଆକ୍ରମଣରେ ମହିଳା ମୃତ

(ମହାଭାରତ, ଦେବଗଡ): ଦେବଗଡ ଜିଲ୍ଲାର ବାରକୋଟ ବନାଞ୍ଚଳରେ ଏକ ଅଘଟଣ ଘଟିଛି । ଏଠାରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ବାରକୋଟ ବ୍ଲକ ଅନ୍ତର୍ଗତ ବଡକୁଦର ଗାଁର ରମ୍ଭା ନାଏକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମହିଳା ଜଣକ ଶୌଚ ହେବା ପାଇଁ ଜଙ୍ଗଲକୁ ଲାଗି ରହିଥିବା ପଡିଆକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ସେ ଏକ ହାତୀ ହାବୁଡରେ ପଡିଯାଇଥିଲେ । ଏହି ସମୟରେ ହାତୀ ଆକ୍ରମଣ କରିଥିଲା । ମହିଳାଙ୍କ ଚିତ୍କାର ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ହାତୀଟି କେଉଁଆଡ ଚାଲିଯାଇଥିଲା । ଘଟଣାସ୍ଥଳରେ ମହିଳା ଜଣକ ଗୁରୁତର ଆହତ ହୋଇ ପଡିଥିବା ଗାଁଲୋକେ ଦେଖିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ତୁରନ୍ତ ବାର୍କୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Related posts

ଆଜି ନୀଳାଦ୍ରିବିଜେ , ଅପରାହ୍ଣ ୪ଟାରେ ପହଣ୍ଡି 

mahabharatanews

ସାମନ୍ତ ସିଂହାର କେଳୁଚରଣ ହାଇସ୍କୁଲରେ ଗୁରୁପୂଜନ ଉତ୍ସବ

mahabharatanews

ପରୀ ହତ୍ୟା: ପ୍ରମାଣ ଦେବାକୁ ସମୟ ମାଗିଲା ଏସଆଇଟି

mahabharatanews