ଓଡିଶା

ଶ୍ରୀମନ୍ଦିରରେ ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା 

(ପୁରୀ) : ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପରେ ସଜେଇ ହେଉଛି ଚାରିପାର୍ଶ୍ୱ । ଅତ୍ୟାଧୁନିକ ସୁବିଧା ସହ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ଜାରି ରହିଛି କାମ । ଏଥି ମଧ୍ୟରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନିଆଯିବ ସ୍ୱତନ୍ତ୍ର ପଦକ୍ଷେପ । ପରିକ୍ରମା ପ୍ରକଳ୍ପର ଉଦଘାଟନ ପରେ ଉତ୍ତର ଦ୍ୱାର ଦେଇ ଦିବ୍ୟାଙ୍ଗଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯିବ । ଶ୍ରୀକ୍ଷେତ୍ର ଦିବ୍ୟାଙ୍ଗ ସେବା ସଂଗଠନ ର ଦାବି ପରେ ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ।

ସୂଚନାନୁଯାୟୀ , ଶ୍ରୀମନ୍ଦିର ରୀତି ନୀତି ଓ ପରମ୍ପରାକୁ ନଜରରେ ରଖି ଦିବ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ଏସଓପି କରିବାକୁ ଲକ୍ଷ୍ୟ ରହିଛି । ପ୍ରତିଦିନ ସ୍ୱତନ୍ତ୍ର ସମୟରେ ଏହି ଦର୍ଶନ ବ୍ୟବସ୍ଥା କରାଯିବ । ଛତିଶା ନିଯୋଗ ଓ ପରିଚାଳନା କମିଟିର ଅନୁମୋଦନ ନିଆଯାଇ ଦିବ୍ୟାଙ୍ଗଙ୍କୁ ଏହି ଦର୍ଶନ ବ୍ୟବସ୍ଥାରେ ସାମିଲ କରାଯିବ । ପ୍ରକଳ୍ପରେ ଉତ୍ତର ଦ୍ୱାରରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବିଶ୍ରାମ ଗୃହ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

 

Related posts

ରାଇରଙ୍ଗପୁର: ପୁଲୱାମା ସହିଦଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

mahabharatanews

ଆସନ୍ତାକାଲିଠୁ ରାଜ୍ୟରେ ଗଡିବନି ବସ୍ 

mahabharatanews

ପ୍ରବଳ ବର୍ଷା : ୭ଜିଲ୍ଲାକୁ  ଅରେଞ୍ଜ ୱାର୍ଣ୍ଣିଂ ଜାରି 

mahabharatanews