ଭାରତ

ହୋଲି ପାଇଁ ସ୍ପେଶାଲ ଟ୍ରେନ

(ଦିଲ୍ଲୀ) : ରେଲୱେ ପ୍ରଶାସନ ଯାତ୍ରୀଙ୍କ ଭିଡ଼କୁ ଦେଖି ୧୪ ଓ ୧୫ ମାର୍ଚ୍ଚରୁ ମୁମ୍ୱାଇ , ଅହମ୍ମଦାବାଦ ସମେତ ଅନେକ ରାଜ୍ୟରେ ଲକ୍ଷ୍ନୌ ମଧ୍ୟଦେଇ ଗୋରଖପୁର ଓ ବିହାର ମଧ୍ୟରେ ହୋଲି ସ୍ପେଶାଲ ଟ୍ରେନ ଚଲାଇବାକୁ ଯାଉଛି। ଏହି ଟ୍ରେନ୍‌ରେ ସିଟ୍‌ର ବୁକିଂ ଆରମ୍ଭ ହୋଇ ଯାଇଛି ।

୧୪ ମାର୍ଚ୍ଚରେ ଟ୍ରେନ ନମ୍ୱର ୦୯୪୧୭ ଅହମ୍ମଦାବାଦରୁ ଦାନାପୁର ଭାୟା ଲକ୍ଷ୍ନୌ ମଧ୍ୟଦେଇ ଟ୍ରେନ୍ ଚାଲିବ ।
୧୫ ମାର୍ଚ୍ଚରେ ଟ୍ରେନ୍‌ ନମ୍ୱର ୦୯୦୬୧ ବାନ୍ଦ୍ରା ଟର୍ମିନସରୁ ବରୋନି ଭାୟା ଲକ୍ଷ୍ନୌ ଦେଇ ଟ୍ରେନ୍ ଚାଲିବ ।
୧୭ ମାର୍ଚ୍ଚରେ ଟ୍ରେନ୍‌ ନମ୍ୱର ୦୯୦୬୨ ବରୋନିରୁ ବାନ୍ଦ୍ରା ଭାୟା ଲକ୍ଷ୍ନୌ ଦେଇ ଚାଲିବ
୧୮ ମାର୍ଚ୍ଚରେ ଟ୍ରେନ ନମ୍ୱର ୦୫୪୦୩ଗୋରଖପୁରରୁ ବାନ୍ଦ୍ରା ଟର୍ମିନସ୍‌ ଗୋଟିଏ ରାଉଣ୍ଡ ପାଇଁ ଟ୍ରେନ୍‌ ଚାଲିବ ।

ସୂଚନାନୁଯାୟୀ , ଉତ୍ତର ରେଲୱେ ଲକ୍ଷ୍ନୌ ମଣ୍ଡଳ ର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ରେଖା ଶର୍ମା କହିଛନ୍ତି କି, ହୋଲିରେ ୩ଯୋଡ଼ା ସ୍ପେଶାଲ ଟ୍ରେନ ଚଲା ଯାଉଛି। ରୁଟିନ୍‌ ଟ୍ରେନ୍‌ ବ୍ୟତୀତ ସ୍ପେଶାଲ ଟ୍ରେନ୍‌ ଗୁଡ଼ିକରେ ଲଗାଯାଇଥିବା ଜେନେରାଲ କୋଚ୍‌ରେ ଯାତ୍ରୀ ବିନା ସଂରକ୍ଷଣରେ ଯାତ୍ରା କରିପାରିବେ ।

 

Related posts

ମେ’ ପହିଲାରୁ ବଦଳିବ GST ନିୟମ

mahabharatanews

ମାନସ ମଙ୍ଗରାଜଙ୍କୁ ନୂଆ ଦାୟିତ୍ୱ

mahabharatanews

୧୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ମାଳଦ୍ୱୀପ

mahabharatanews