(ମହାରାଷ୍ଟ୍ର) : କାର ଧକ୍କାରେ ଆଖି ବୁଜିଲା ୨ ବର୍ଷୀୟ ବାଘୁଣୀ । ଗୁରୁବାର ରାତିରେ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାରେ ଏକ ଦ୍ରୁତଗାମୀ କାର୍ ଚଢ଼ିଯିବାରୁ ଆହତ ହୋଇଥିବା ଗୋଟାଏ ୨ ବର୍ଷୀୟ ବାଘୁଣୀ ପ୍ରାଣ ହରାଇଥିବା କଥା ବନ ବିଭାଗ ଅଧିକାରୀମାନେ କହିଛନ୍ତି। ପରେ ନାଗପୁରସ୍ଥିତ ବନ୍ୟ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ତା’ର ଶବ ବ୍ୟବଚ୍ଛେଦ କରାଯାଇଥିଲା।
ସୂଚନାନୁଯାୟୀ , ତେବେ ଉଦ୍ୟାନରେ ରହୁଥିବା ‘ଟି-୧୪’ ନାମକ ବାଘୁଣୀର ଛୁଆ ବୋଲି ଜଣାପଡ଼ିଛି ଘଟଣାଟି ଗୁରୁବାର ରାତି ପ୍ରାୟ ୧୦.୩୦ରେ ଘଟିଥିଲା। ମୁର୍ଦୋଲି ଅରଣ୍ୟାଞ୍ଚଳ ଦେଇ ଯାଇଥିବା ଗୋନ୍ଦିଆ-କୋହମାରା ରାଜପଥ ଅତିକ୍ରମ କରୁଥିବା ବାଘଛୁଆଟିକୁ ଦ୍ରୁତଗତିରେ ଚାଲୁଥିବା ଗୋଟାଏ ‘କ୍ରେଟା’ କାର୍ ଧକ୍କା ଦେଇ ଚଢ଼ିଯାଇଥିଲା।
