ଓଡିଶା

ଭୁବନେଶ୍ୱର କେୟାର ହସ୍ପିଟାଲରେ ଆଜିଠାରୁ ସ୍ପୁଟିନିକ ଭି ଟୀକାକରଣ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ବହୁ ପ୍ରତୀକ୍ଷିତ କରୋନା ଟୀକା ସ୍ପୁଟନିକ୍ ଭି ଟୀକାକରଣ ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ଟୀକା ପ୍ରଦାନ କରାଯିବ। ଏହି ଟୀକା ଭୁବନେଶ୍ୱର କେୟାର ହସ୍ପିଟାଲରେ ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଟୀକା ଅଣାଯାଇଛି । ଭ୍ୟାକସିନ୍ ଡୋଜ୍ ପିଛା ୧୧ ଶହ ୪୫ ଟଙ୍କା ଧାର୍ୟ୍ୟ କରାଯାଇଛି।
ପ୍ରଥମେ ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଦିଆଯିବ । ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ। ୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି। ଟୀକା ନେବା ପରେ ବ୍ୟକ୍ତିଙ୍କୁ ଅଧଘଣ୍ଟା ଅବଜର୍ଭେସନରେ ରଖାଯିବ । ଦିନ ୧୦ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ଟୀକାଦାନ ପ୍ରକ୍ରିୟା ଚାଲୁ ରହିବ । ଟୀକାକରଣ ସମୟରେ ସମସ୍ତ କୋଭିଡ ପ୍ରୋଟୋକଲକୁ କଡାକଡି ପାଳନ କରାଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

 

Related posts

ନଦୀରେ ଭାସିଗଲେ ବୃଦ୍ଧା! ୨ଦିନ ପରେବି ମିଳୁନି ପତ୍ତା

mahabharatanews

ରାଜ୍ୟରେ ଆଉ ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ଗଣତନ୍ତ୍ର ମନ୍ଦିର ସମ୍ମୁଖରେ ଆତ୍ମଦାହ ଉଦ୍ୟମ ଅପରାଧ: ଡିସିପି

mahabharatanews