ଓଡିଶା

ଖାଦ୍ୟ ପାର୍ସଲ ଆଳରେ ଦୁଷ୍କର୍ମ

ଭୁବନେଶ୍ୱର : ଖାଦ୍ୟ ପାର୍ସଲ ଦେଲେ ଆଉ ନିଜର କାମାଶକ୍ତ ମନକୁ ଚରିତାର୍ଥ କରିବାକୁ ମହିଳା ଡାକ୍ତରଙ୍କ ସହ ଭିଆଇଲେ ଅମାନୁଷିକ କାଣ୍ଡ । ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ । ସୂଚନା ଅନୂଯାୟି ଛେଣ୍ଡିପଦା ଅଞ୍ଚଳରେ ଜଣେ ମହିଳା ଡାକ୍ତର ମେଡିକାଲ କ୍ୱାଟରରେ ନିଜ ୨ ଭାଇଙ୍କ ସହ ରହୁଥିଲେ । ସୋମ ବାର ରାତ୍ରି ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ।ଏହାର ସୁଯୋଗ ନେଇ ଯୁବକ ଜଣକ ମହିଳା ଡାକ୍ତରଙ୍କୁ ଅସାଦାଚରଣ କରିିଥିଲେ । ମହିଳା ଡାକ୍ତର ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ଘର ଭିତରକୁ ଧସେଇ ପଶିବା ସହ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ମହିଳା ଡାକ୍ତରଙ୍କ ୨ ଭାଇ ପହଂଚିବାରୁ ସେଠାରୁ ଚମ୍ପଟ ମାରିଥିଲେ ସମ୍ପୃକ୍ତ ହୋଟେଲ ମାଲିକ ପୁଅ । ଏନେଇ ମହିଳା ଡାକ୍ତରଜଣକ ଗତକାଲି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୁଲିସ୍ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍ପି ସୂଚନା ଦେଇଛନ୍ତି।

 

Related posts

୧୬୦, ୧୬୧, ୧୬୨ ଓ ୧୬୩ଙ୍କ ଯାତ୍ରା ଇତିହାସ

mahabharatanews

କୋଭିଡ-୧୯ ଲଢେଇରେ ଏନଟିପିସି, କଣିହାଁର ସକରାତ୍ମକ ପଦକ୍ଷେପ

mahabharatanews

ଚିଲିକାରେ ପଡି ଜଣେ ପର୍ଯଟକଙ୍କ ଜୀବନ ଯାଇଥିବା ବେଳେ ପ୍ରଶାସନ ନେଲା ବଡ ନିଷ୍ପତ୍ତି

mahabharatanews