ଓଡିଶା

ମାଘ ପୂର୍ଣ୍ଣିମାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ

(ନୂଆଦିଲ୍ଲୀ): ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଏହି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁ ବିଭିନ୍ନ ନଦୀରେ ବୁଡ଼ ପକାଇଛନ୍ତି । ମାଘ ମାସର ପୂର୍ଣ୍ଣିମା ତିଥିରେ ବୁଡ଼ ପକାଇଲେ ପାପକ୍ଷୟ ହୋଇଥାଏ ବୋଲି ଆସ୍ଥା ଓ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମାବଲମ୍ବୀମାନେ ନଦୀ ସହିତ ପୋଖରୀରେ ମଧ୍ୟ ଆଧ୍ୟାତ୍ମିକ ବୁଡ଼ ପକାଇଥାନ୍ତି । ଉତ୍ତରପ୍ରଦେଶର ବାରାଣସୀରେ ମଧ୍ୟ ଆଜି ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ଗଙ୍ଗାନଦୀରେ ପକାଇଛନ୍ତି ।

ସେହିପରି ପଶ୍ଚିମବଙ୍ଗ ଓ ବିହାର ଦେଇ ପ୍ରବାହିତ ହୋଇଥିବା ପବିତ୍ର ନଦୀଗୁଡ଼ିକରେ ଶ୍ରଦ୍ଧାଳୁମାନେ ଆଜି ବୁଡ଼ ପକାଇଥିବା ଜଣାଯାଇଛି । ଓଡ଼ିଶାରେ ମାଘ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଇଥାଏ । ତେଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଧାର୍ମିକ କାର୍ୟ୍ୟମୂଳକ ନାମ, ଯଜ୍ଞର ଆୟୋଜନ ହୋଇଥାଏ । ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାଦଦେଶରେ ମାଘ ମେଳାର ଆୟୋଜନ ହେଉଥିବା ବେଳେ ଚନ୍ଦ୍ରଭାଗାରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି ।

Related posts

ଜ୍ୱର, ଫ୍ଲୁ ଚିକିତ୍ସା ପାଇଁ ୧୬ ହସ୍ପିଟାଲ ତାଲିକା ଜାରି

mahabharatanews

ଜୁନ ୮ରୁ  ଜୁଲାଇ ୧୫ ତାରିଖ ଯାଏଁ ବିଦ୍ୟାଳୟ ନାମଲେଖା 

mahabharatanews

ସ୍କୁଲ ପରିଚାଳନା କମିଟି ସଦସ୍ୟଙ୍କ ତାଲିମ ଶିବିର

mahabharatanews