ଓଡିଶା

ସୁନାବେଶରେ ମହାପ୍ରଭୁଙ୍କୁ ଦେଖି ବିଭୋର ଭକ୍ତ

(ପୁରୀ) : ପବିତ୍ର ବିଜୟା ଦଶମୀ ତିଥିରେ ଗତକାଲି ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଛନ୍ତି। ଯାହାକୁ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି । ଏହି ଅବସରରେ ମହାପ୍ରଭୁଙ୍କ ଆୟୁଧ ପୂଜା ହୋଇଛି। ବିଜୟା ଦଶମୀରେ ଅବକାଶ ବଢ଼ିବା ପରେ ଚନ୍ଦନଲାଗି ହୋଇଥିଲା। ପରେ ନୂଆ ଲୁଗା ଲାଗି ହୋଇ ମହାପ୍ରଭୁଙ୍କ ବଡ଼ ତଢ଼ାଉ ବା ସୁନାବେଶ ହୋଇଥିଲା। ଏହି ବେଶରେ ୫ଟି ଆଜ୍ଞାମାଳ ଲାଗି ହୋଇଥିଲା।

ସୂଚନାନୁଯାୟୀ ,ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ହଳ ଓ ମୂଷଳ ଲାଗି ହୋଇଥିବା ବେଳେ ମା’ ସୁଭଦ୍ରାଙ୍କୁ ତଡ଼ଗି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଶଙ୍ଖ ଓ ଚକ୍ର ଲାଗି ହୋଇଥିଲା। ଏହି ସମୟରେ ଦକ୍ଷିଣି ଘରଠାରେ ପ୍ରଭୁ ମଦନମୋହନ ମହାଖଳାକୁ ଯିବା ପାଇଁ ଧନୁ, ତୀର ସହ ବୀର ବେଶରେ ପ୍ରସ୍ତୁତ ରହିଥିଲେ। ୩ଟି ରୁପାଥାଳିରେ ୬ଜଣ ମେକାପ ଆୟୁଧମାନ ରଖି ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ୩ ବେଢ଼ା ବୁଲିଥିଲେ। ପରେ ଆୟୁଧ ରତ୍ନ ସିଂହାସନକୁ ବିଜେ କରିଥିଲେ।

Related posts

ବାଣ ଦୁର୍ଘଟଣା ମାମଲା; ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ମୃତ

mahabharatanews

ନାଳରେ ଭାସି ଶିଶୁ ମୃତ୍ୟୁ

mahabharatanews

ଆଜିଠୁ ଆରମ୍ଭ +୨ ପରୀକ୍ଷା

mahabharatanews