ଓଡିଶା

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ

(ପୁରୀ) : ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିରାଜିବେ ଶ୍ରୀଜିଉ। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ। ଏଥିପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

ସୂଚନାନୁଯାୟୀ , ଗଜ ସଦୃଶ ହାଣ୍ଡିଆ ସାଙ୍ଗକୁ ସୋଲ ଖଚିତ ଭଳିକି ଭଳି ଫୁଲ, ନାନାଦି ରୂପ, ଅଳଙ୍କାର ପ୍ରସ୍ତୁତି ହେବ। ଏଥିପାଇଁ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ଗଜବେଶର ମୁଖ ପ୍ରସ୍ତୁତି ପାଇଁ ଆବଶ୍ୟକ କଦଳୀ ପାଟୁକା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ମହାପ୍ରଭୁଙ୍କ ଗଜବେଶ ନିଷ୍ଠାର ସହ କରିବାକୁ ପଡ଼େ। ସମସ୍ତ କାରିଗର ଶୁଦ୍ଧ ଶାକାହାର ଭୋଜନ ସେବନ ପୂର୍ବକ ବେଶ ପ୍ରସ୍ତୁତ କରିଥାନ୍ତି। ଶ୍ରୀଜିଉଙ୍କ ପାଇଁ ୧୨୦ ହାତକଣ୍ଟି ମାଳ, ଚନ୍ଦ୍ରିକା, କାନଫୁଲ, ଚଅଁର, ଆଡ଼କାନି, ସୋଲର ଫୁଲ ସହ ଟାହିଆ ପାଇଁ କଦମ୍ବ ଫୁଲ ପ୍ରସ୍ତୁତି ହେବ।

Related posts

ସରକାରଙ୍କ ତାଗିଦ: ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା

mahabharatanews

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews