ଓଡିଶା

ରଥଯାତ୍ରା ପୂର୍ବରୁ ହେବ ସିଂହଦ୍ୱାରରେ ରୂପା ଛାଉଣୀ 

(ପୁରୀ) : ରଥଯାତ୍ରା ସମୟରେ ରୂପା ଛାଉଣୀରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର   ଦାତାମାନଙ୍କ ରୁପା ଦାନରେ ସିଂହଦ୍ୱାର ରୂପା ଛାଉଣୀ କରାଯିବ । କେତେ ରୂପା ଲାଗିବ ଜଣାଇଲା ପରେ ଦାତାମାନେ ସେହି ପରିମାଣର ରୂପା ଯୋଗାଇ ଦେବେ । ସେ ସମୟରେ ଉତ୍ତର ଦାର ଦେଇ ପ୍ରବେଶ ବ୍ୟବସ୍ଥା ହେବ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ରଥଯାତ୍ରା ଅବଧି ମଧ୍ୟରେ ଏହି କାମ ସାରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ , ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର ନିର୍ମାଣ କରାଯିବ । ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ ।

Related posts

୭୫୪୦ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ରାଜ୍ୟର ସମସ୍ତ ୪୮୪୮ଟି ସରକାରୀ ହାଇସ୍କୁଲର ସବୁ ପଦବୀ ପୂରଣ ହେବ

mahabharatanews

ରାଜ୍ୟ ସ୍ତରୀୟ ସାମାଜିକ କର୍ମୀ ମିଳନ

mahabharatanews

ଆଜି ରାଜି ୯ଟ।।ରୁ ରାଜ୍ୟର ୪ ଜିଲ୍ଲାରେ ୧୪ ଦିନିଆ ଲକଡାଉନ

mahabharatanews