ଓଡିଶା

ଜଙ୍ଗଲ ଭିତରେ ଚାଲିଲେ ଛାତ୍ରଛାତ୍ରୀ

(ମହାଭାରତ, ତୁମୁଡିବନ୍ଧ): ସ୍କୁଲରେ ଶିକ୍ଷକ ନଥିବାରୁ ଚାଲି ଚାଲି ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ ଜଣାଇଛନ୍ତି । କନ୍ଧମାଳ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ ସ୍ୱରୂପ ବେଲଘରରୁ ୨୬ କିଲୋମିଟର ଘାଟି ପାହାଡ ଓ ଘଞ୍ଚ ଜଙ୍ଗଲ ଦେଇ ଚାଲି ଚାଲି ଆସିଛନ୍ତି ତୁମୁଡିବନ୍ଧ । ଶିକ୍ଷା ବ୍ୟବସ୍ଥାରେ ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିବା ପାଇଁ ଛାତ୍ରଛାତ୍ରୀମାନେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିବା ଜଣାଯାଇଛି । ହାତରେ ପ୍ଲାକାର୍ଡ ସାଙ୍ଗକୁ ଶିକ୍ଷକ ପୂରଣର ନାରା ଦେଇ ଛାତ୍ରଛାତ୍ରୀମାନେ ଜଙ୍ଗଲ ରାସ୍ତା ଦେଇ ଚାଲି ଚାଲି ଯାଇଥିଲେ ।
ବେଲଘର ସେବାଶ୍ରମ ହାଇସ୍କୁଲରେ ଅଷ୍ଟମ ଓ ନବମ ଶ୍ରେଣୀ ପାଇଁ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନଥିବାରୁ ସ୍କୁଲ ଛାତ୍ରଛାତ୍ରୀମାନେ ମଙ୍ଗଳବାର ମଧ୍ୟରାତ୍ରୀରେ ବେଲଘର ଛାଡି ବିପଦପୂର୍ଣ୍ଣ ଭାବେ ପାହାଡିଆ ରାସ୍ତାରେ ଆସି ତୁମୁଡିବନ୍ଧ ଠାରେ ଆସି ପହଞ୍ଚିଥିଲେ ।

Related posts

ଶୂନ୍ୟକାଳରେ ଗୃହରେ ବିଜେପି ଉଠାଇଲା ଅର୍ପଣ ରଥ ଉଷୁନା ଚାଉଳ ପ୍ରସଙ୍ଗ

mahabharatanews

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

୩ ଜୁଲାଇ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ

mahabharatanews