(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ନିର୍ମାଣ ହେବ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ଆତ୍ମଜୀବନୀ ଉପରେ ସିନେମା । ସିନେମାର ମୁଖ୍ୟ ଭୂମିକାରେ ନଜର ଆସିବେ ବଲିଉଡ଼ ଚୁଲବୁଲି ନାହିକା ତାପସୀ ପନ୍ନୁ । ମଙ୍ଗଳବାର ମିତାଲିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଟୁଇଟ ଯୋଗେ ତାପସୀ ଅଭିନନ୍ଦନ ଜଣାଇଛନ୍ତି । ମିତାଲିଙ୍କ ଆତ୍ମଜୀବନୀରେ ଅଭିନୟ କରିବା ନେଇ ବେଶ୍ ଉତ୍ସାହିତ ଥିବା ଏବଂ କ୍ରିକେଟ୍ ପ୍ୟାଡ୍ ଓ ଗ୍ଲୋଭ୍ସ ପିନ୍ଧି ଛକା ଚୌକା ମାରିବାକୁ ପ୍ରସ୍ତୁତ ଥିବା ଲେଖିଛନ୍ତି। ଚଳଚ୍ଚିତ୍ରର ନାଁ ‘ସାବାସ ମିଥୁ’ ରଖା ଯାଇଛି। ଏନେଇ ତାପସୀ ନିଜେ ସୂଚନା ଦେଇଛନ୍ତି । ଏହା ପରେ ତାପସୀ ମଧ୍ୟ ଗୁଜରାଟର ରଶ୍ମି ନାମକ ଜଣେ ଧାବିକାଙ୍କ ଉପରେ ନିର୍ମାଣ ହେବାକୁ ଥିବା ‘ରଶ୍ମି ରକେଟ୍’ ନାମକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବେ।
previous post
next post