ଓଡିଶାରାଜନୀତି

ଆଜି ଆସିବ ରାଜ୍ୟ ବଜେଟ୍, ନୂଆ ଘୋଷଣା ଉପରେ ନଜର..

ଭୁବନେଶ୍ବର: ଆଜି ଆସିବ ରାଜ୍ୟ ବଜେଟ୍। ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ ଶାସନକୁ ଆସିବା ପରେ ଆସୁଛି ବଜେଟ୍ । ଆଜି ବିଧାନସଭାରେ ଆର୍ଥିକ ବଜେଟ୍ ଉପସ୍ଥାପିତ ହେବ। ଅର୍ଥବିଭାଗ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଜେଟ୍ ଉପସ୍ଥାପନ କରିବେ। ନୂଆ ସରକାର ପ୍ରଥମ ଥର ବଜେଟ୍ ଉପସ୍ଥାପନ କରିବାକୁ ଯାଉଥିବାରୁ କ’ଣ ନୂଆ ଘୋଷଣା ହେବ ତାହା ଉପରେ ନଜର ରହିଛି। କେଉଁ କେଉଁ ଦିଗ ପ୍ରତି ଫୋକସ୍ ରହିବ, ତା’ଉପରେ ନଜର ଅଟକିଛି।

ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତି ଓ ବିକଶିତ ଓଡ଼ିଶା ଗଠନ ନେଇ ଯେଉଁ ସଙ୍କଳ୍ପ ରହିଛି ତାକୁ ଗୁରୁତ୍ୱ ଦେଇ ଗଠନ କରାଯାଇଛି ବଜେଟ୍। ତେଣୁ ପୂର୍ବ ଅପେକ୍ଷା ଏଥର ବଜେଟର ଆକାର ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି। ମୋହନ ମାଝୀଙ୍କ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଓ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ବାର୍ଦ୍ଧକ୍ୟ ଭତା ୩ ହଜାର ଟଙ୍କାକୁ ବଢ଼ାଇ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବଦଳରେ ଆୟୁଷ୍ମାନ ଯୋଜନା ଲାଗୁ ନେଇ ସରକାରଙ୍କ ଆଭିମୁଖ୍ୟ ବଜେଟରୁ ସ୍ପଷ୍ଟ ହେବ। ନିର୍ବାଚନ ସମୟରେ ବିଜେପି ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା, ସେଥିରୁ କିଛି ପୂରଣ ହୋଇଥିବା ବେଳେ ଅନେକ କିଛି ବାକି ଅଛି। ଏସବୁ ପାଇଁ ବଜେଟରେ କ’ଣ ବ୍ୟବସ୍ଥା କରାଯିବ, ତାହା ଗୁରୁତ୍ୱପୂର୍ଣ୍ଣ। ଏହାସହ ଏହି ବଜେଟ୍ ଓଡ଼ିଶାର ଆର୍ଥିକ ସ୍ଥିତି କିପରି ରହିଛି, ତାର ମଧ୍ୟ ଚିତ୍ର ସ୍ପଷ୍ଟ କରିବ।

Related posts

ଭଉଣୀ ପାଇଁ ଭାଇ ସାଜିଲା ହତ୍ୟାକାରୀ

mahabharatanews

ଗ୍ରୀଡକୋ କୁ ବକେୟା ବିଲ୍ ପ୍ରଦାନ ନେଇ କହିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ବିଧାନସଭାର ଶୀତକାଳୀନ ଅଧିବେଶନ ପାଇଁ ୨୫ରେ ବସିବ ସର୍ବଦଳୀୟ ବୈଠକ

mahabharatanews