ଭୁବନେଶ୍ବର: ୨ ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ୧୫୦ ଉପରକୁ ରହିଛି । ଗତକାଲି ସର୍ବାଧିକ ୨୨୫ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୮୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିର ସଂକ୍ରମିତଙ୍କ ମଧ୍ୟରୁ ୧୭୧ଜଣ ସଙ୍ଗରୋଧ କେନ୍ଦ୍ରର ଓ ୧୫ ଜଣ ସ୍ଥାନୀୟ ରହିଛନ୍ତି । ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜି କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଖୋର୍ଦ୍ଧା ଜିଲ୍ଲାରେ ୨୧, ବରଗଡ଼, କଳାହାଣ୍ଡିରେ ୧୬ ଲେଖାଏଁ, ଗଜପତିରେ ୧୫, ମୟୂରଭଞ୍ଜରେ ୧୩, କଟକ ଓ ଯାଜପୁରରେ୧୨, ଜଗତସିଂହପୁର ଓ କେନ୍ଦୁଝରରେ୧୧ ଲେଖା , ପୁରୀରେ ୭, ଗଞ୍ଜାମରେ ୪, ସୁନ୍ଦରଗଡ଼ରେ ୩, ଢେଙ୍କାନାଳ, ବଲାଙ୍ଗୀର ଓ ଝାରସୁଗୁଡ଼ାରେ୨ଲେଖା, ମାଲକାନଗିରି, ଭଦ୍ରକ, ଅନୁଗୁଳ, କେନ୍ଦ୍ରପଡ଼ା ଜିଲ୍ଲାରେ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୩୦୧ରେ ପହଞ୍ଚିଛି। ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୧୧ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କ ମୃତ୍ୟୁ ଘଟିଛି ।
previous post