ବିଶ୍ୱଵାଣିଜ୍ୟ

ଶ୍ରୀଲଙ୍କାରେ ହଟିଲା ଜରୁରୀକାଳୀନ ପରିସ୍ଥିତି

ଖରାପ ଆର୍ଥିକ ସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସବୁକିଛି ଗଡ଼ବଡ଼ ଚାଲିଛି । ମନ୍ତ୍ରୀମାନେ ଦେଶ ଛାଡ଼ୁଥିବା ବେଳେ ଜନତାମାନେ ରାସ୍ତାରେ ଧାରଣା ଦେଉଛନ୍ତି । ଏହାରି ମଧ୍ୟରେ ଶ୍ରୀଲଙ୍କାରେ ହଟିଛି ଜରୁରୀକାଳୀନ ପରିସ୍ଥିତି । ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ମଙ୍ଗଳବାର ଦିନ ଜରୁରୀକାଳୀନ ପରିସ୍ଥିତି ହଟାଇବାକୁ ଘୋଷଣା କରିଛନ୍ତି । ଦେଶରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଏପ୍ରିଲ ୧ରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । କିନ୍ତୁ ଏହା ପରେ ତାଙ୍କୁ ପ୍ରବଳ ବିରୋଧର ସାମ୍ନା କରିବାକୁ ପଡିଥିଲା । ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେଣି ସାଧାରଣ ଜନତା । ସରକାରଙ୍କ ଏପରି ଆଇନକୁ ବିରୋଧ କରି ଶ୍ରୀଲଙ୍କଲାର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଅଶନ୍ତୋଷ । ଅନ୍ୟପଟେ ଦେଶର ବିଭିନ୍ନ ସ୍ଥାନରେ ସରକାର ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଆର୍ଥିକ ସଙ୍କଟର ସମାଧାନ ଶ୍ରୀଲଙ୍କା ଜନତା ଦାବି କରୁଛନ୍ତି । ଦେଶରେ ଔଷଧର ଅଭାବ ମଧ୍ୟ ଦେଖାଦେଇଛି । ପ୍ରଦର୍ଶନକାରୀଙ୍କ କହିବା ମୁତାବକ, ‘ସରକାରଙ୍କ ପାଖରେ ଟଙ୍କା ନାହିଁ, କାରଣ ସେ ଚୀନକୁ ସବୁକିଛି ବିକ୍ରି କରିଦେଇଛନ୍ତି । ଚୀନ୍ ଅନ୍ୟ ଦେଶକୁ ଉଧାର ଦେଇ ସବୁକିଛି କିଣୁଛି ।’

Related posts

ନୂଆ ମାଲିକ ଏଲନ ମସ୍କ ଭାରତରେ ବ୍ଲ୍ୟୁ ସର୍ଭିସ ଲଞ୍ଚ କରିଛନ୍ତି

mahabharatanews

ଇରାନ ବିମାନ ବନ୍ଦର ନିକଟରେ ବିସ୍ଫୋରଣ

mahabharatanews

ଚୀନରେ ବଡ଼ ଧରଣର ଭୂକମ୍ପ

mahabharatanews