ଭୁବନେଶ୍ୱର: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖା ଅନୁକମ୍ପା ରାଶି ପ୍ରଦାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସହାୟତା ଅର୍ଥ ପ୍ରଦାନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ୍)ରୁ ସହାୟତା ପ୍ରଦାନ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ନଭେମ୍ବର ମାସରୁ ଏହି ସହାୟତା ବଣ୍ଟନ ଆରମ୍ଭ ହେବ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଉପସଚିବ ଆଶିଷ କୁମାର ସିଂ ଗତ ୨୫ତାରିଖରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି କରିବା ସହ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ସର୍ତ୍ତାବଳୀରେ ସଂଶୋଧନ କରିବାକୁ କହିଥିଲେ । କୋଭିଡ ସଂକ୍ରମିତ ସାଧାରଣ ଜନତାଙ୍କ ସମେତ ରିଲିଫ ଅପରେସନରେ ନିୟୋଜିତ ବ୍ୟକ୍ତିଙ୍କ କୋଭିଡ ମୃତ୍ୟୁ ହୋଇଥିଲେ ଏସଡିଆରଏଫରୁ ସହାୟତା ଦେବାକୁ କୁହାଯାଇଛି । ଦେଶରେ କୋଭିଡ-୧୯ ମହାମାରୀରେ ପ୍ରଥମ ମୃତ ଘଟଣା ରିପୋର୍ଟ ହେବା ଦିନଠୁ କୋଭିଡ-୧୯କୁ ଯେପର୍ୟ୍ୟନ୍ତ ମହାମାରୀ ତାଲିକାରୁ ବାଦ୍ ଦିଆନଯାଇଛି ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ଏହି ରୋଗରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଅନୁକମ୍ପା ରାଶି ଦେବାକୁ କେନ୍ଦ୍ର ସରକାର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।ଗତକାଲି ସୁଦ୍ଧା ରାଜ୍ୟରେ ରେ ମୋଟ ୮୧୮୭ଜଣ ଲୋକ କୋଭିଡ ସଂକ୍ରମଣରେ ପ୍ରାଣ