ଭାରତ

ବନ୍ଦେ ଭାରତ ଟ୍ରେନ ଉପରକୁ ପୁଣି ପଥର ମାଡ଼

(ଉତ୍ତରପ୍ରଦେଶ) : ବନ୍ଦେ ଭାରତ ଟ୍ରେନ ଉପରରେ ପୁଣି ପଥର ମାଡ଼ । ଉତ୍ତରପ୍ରଦେଶର ମୁଜାଫରନଗର ଷ୍ଟେସନରୁ ଏଭଳି ଘଟଣାର ଖବର ସାମ୍ନାକୁ ଆସିଛି । ଏହି ଷ୍ଟେସନରେ ବନ୍ଦେ ଭାରତ ଉପରକୁ ପଥର ମାଡ଼ ହୋଇଛି । ରେଳବାଇ କହିଛି ଯେ ଦିଲ୍ଲୀ-ଦେହରାଡୁନ୍ ରୁଟ୍ ରେ ମୁଜାଫରନଗର ଷ୍ଟେସନ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସର E1 କୋଚ ଉପରକୁ ପଥର ମାଡ଼ ହୋଇଥିବା ସମ୍ପର୍କରେ ସୂଚନା ରହିଛି ।

ସୂଚନାନୁଯାୟୀ , ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି । ଏହି ମାମଲାରେ ଦୋଷୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରଶ୍ନରେ ରେଳବାଇ କହିଛି ଯେ ପଥର ଫିଙ୍ଗିଥିବା ଦୋଷୀଙ୍କୁ ଧରିବା ପାଇଁ ଦିଲ୍ଲୀ ଡିଭିଜନ ରେଳ ପୋଲିସ ଫୋର୍ସ (ଆରପିଏଫ) ନିୟୋଜିତ କରିଛି ।

Related posts

 ଗର୍ଭଗୃହରେ ରାମଲଲା 

mahabharatanews

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

mahabharatanews

ପ୍ରବଳ ବର୍ଷା ହେତୁ ସ୍ଥିତି ସଙ୍ଗୀନ; ୧୨ଟାରେ ବସିବ ବୈଠକ

mahabharatanews

Leave a Comment