ଓଡିଶା

 ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବାତ୍ୟା

(ଭୁବନେଶ୍ୱର) : ବଢ଼ିଲା ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି । କିନ୍ତୁ ଆସନ୍ତାକାଲି ଅର୍ଥାତ୍‌ ଶନିବାରରୁ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ସୂଚନାନୁଯାୟୀ , ଏଥିପାଇଁ ୪ ଜିଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି SRC। ବାତ୍ୟା ରେମଲ ଉତ୍ତରପୂର୍ବ ଦିଗରେ ଗତି କରୁଛି। ବାଂଲାଦେଶ ଖେପୁପରା ଉପକୂଳରୁ ୮୦୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଓ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି। ଶନିବାର ସକାଳ ସୁଦ୍ଧା ଅବପାତ ଆହୁରି ଘନୀଭୂତ ହୋଇ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ ହେବ। କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ଦେଖାଯିବ । ଏଥିପାଇଁ ଏସଆରସି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଏବଂ ମୟୂରଭଂଜ ଜିଲ୍ଲାପାଳଙ୍କୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଆଲର୍ଟ କରିଛନ୍ତି।

Related posts

ନଈରୀରେ ଅନୁଷ୍ଠିତ ହେଉଛି ୮ମ ଶ୍ରୀଜଗନ୍ନାଥ ମହୋତ୍ସବ…

mahabharatanews

ଖୋଲିଲା ଆଉ ୧୦ଟି ଗେଟ 

mahabharatanews

ଉଜ୍ଜ୍ଵଳା ମ୍ୟାନଙ୍କ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା, ଦ୍ୱୀପ ଦାନ ସହ ବସ୍ତ୍ର ଓ ଫଳ ବାଣ୍ଟି ୫୭ଟି ବୃକ୍ଷରୋପଣ କଲେ ବିଧାୟକ ବିଭୂତି ଭୂଷଣ ପ୍ରଧାନ

mahabharatanews