ଭାରତ

ବାତ୍ୟା ମୋକା: ୨୩୬ଟି ଘର ଓ ୮ଟି ଶରଣାର୍ଥୀ ଶିବିର ନଷ୍ଟ

(କୋଲକାତା) : ସୋମବାର ସନ୍ଧ୍ୟାରେ କୋଲକାତା ଓ ପଶ୍ଚିମବଙ୍ଗର ଅନ୍ୟ ଅଞ୍ଚଳରେ ପବନ ସହ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ରାଜ୍ୟର ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡ଼ିଛି।  ବାତ୍ୟା ମୋକା ମିଜୋରାମର ବହୁ ଅଞ୍ଚଳରେ ଗତକାଲି ତା’ର ପ୍ରକୋପ ଦେଖାଇ ୨୩୬ଟି ଘର ଓ ୮ଟି ଶରଣାର୍ଥୀ ଶିବିରକୁ ନଷ୍ଟ କରିଦେଇଛି।

ତେବେ ଏହାଦ୍ବାରା ୫୦ଟି ଗାଁ ଓ ୫,୭୪୯ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ମୃତ୍ୟୁର କୌଣସି ସୂଚନା ମିଳିନାହିଁ। ପଶ୍ଚିମବଙ୍ଗର ‌କୋଲକାତା ମହାନଗରୀ ମଧ୍ୟ ମୋକାଜନିତ ପ୍ରବଳ ବର୍ଷା ଦ୍ବାରା ପ୍ରଭାବିତ ହୋଇଛି। ଦ୍ବିତୀୟ ଦଫାରେ ପବନ ମାତ୍ର ୧ ମିନିଟ୍ ପ୍ରବାହିତ ହୋଇଥିଲେ ମଧ୍ୟ ଏହାଦ୍ବାରା ଅନେକ ବଡ଼ ଗଛ ଉପୁଡ଼ି ପଡ଼ିଥିଲା।

Related posts

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟକୁ କ୍ଷେପଣାସ୍ତ୍ର ମାଡ଼

mahabharatanews

ବିଜେପିର ଷଷ୍ଠ ପ୍ରାର୍ଥୀ ତାଲିକା ପ୍ରକାଶ

mahabharatanews

ଅଚାନକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ପୋରଣ ,୯ ମୃତ 

mahabharatanews