ଓଡିଶା

 ସ୍କୁଲରେ ଗପ ଶୁଣିବେ ଛାତ୍ରଛାତ୍ରୀ

(ଭୁବନେଶ୍ୱର) : ସ୍କୁଲରେ କୁନି କୁନି ପିଲା ଶୁଣିବେ ଗପ । ପିଲାମାନଙ୍କ ଗପ ଶୁଣିବା ଆଗ୍ରହକୁ ଦୃଷ୍ଟିରେ ରଖି ପିଲାଙ୍କ ଶୁଣିବା ଓ କହିବା ଅଭ୍ୟାସକୁ ବିକଶିତ କରିବାକୁ ଅଭିନବ ପଦକ୍ଷେପ ନେଇଛନ୍ତି ସରକାର । ପିଏବି ନିର୍ଦ୍ଦେଶ ଅନୁସାରେ ମାର୍ଗଦର୍ଶିକା ଜାରି କରିଛି ଓସେପା । ରାଜ୍ୟର 27ହଜାର 188ପ୍ରାଥମିକ ସ୍କୁଲରେ କାର୍ଯ୍ୟକ୍ରମ ହେବ । ପ୍ରତି ସରକାରୀ ପ୍ରାଥମିକ ସ୍କୁଲ ପିଛା 1 ହଜାର ଟଙ୍କା ମଞ୍ଜୁର କରାଯିବ । ଏ ନେଇ ମୋଟ ୨କୋଟି ୭୧  ଲକ୍ଷ 18ହଜାର ଟଙ୍କା ମଞ୍ଜୁର ହେବ ।

ସୂଚନାନୁଯାୟୀ , ପ୍ରାଥମିକ ସ୍କୁଲରେ ପିଲା ଶୁଣିବେ ଗପ । ଗପ ଶୁଣାଇବାର ଦକ୍ଷତା ଥିବା ବରିଷ୍ଠ ବ୍ୟକ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀ ସ୍କୁଲକୁ ଆସି ପିଲାଙ୍କୁ ଗପ କହିବେ । ପିଲାମାନେ କେବଳ ଗପ ଶୁଣିବେ ନାହିଁ ବରଂ ଗପ ଶୁଣିବା ପରେ ମନୋନୀତ ଛାତ୍ରଛାତ୍ରୀଙ୍କୁ ପୁନଃଆବୃତି କରିବାକୁ ସୁଯୋଗ ମିଳିବ । ଏଥିପାଇଁ ସର୍ବାଧିକ 2 ଟି ପିରିୟଡ ଦିଆଯିବ । ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଗୋଷ୍ଠୀ ସଦସ୍ୟ ଅଂଶଗ୍ରହଣ କରିବେ ଏବଂ ସିଆରସିସି କାର୍ଯ୍ୟକ୍ରମର ତଦାରଖ କରିବେ ।

Related posts

ପ୍ରବାସୀ ଓଡିଆଙ୍କ ଫେରିବା ପାଇଁ ଏକ ଜରୁରୀ ପ୍ରସ୍ତୁତି ବୈଠକ

mahabharatanews

ମଞ୍ଚେଶ୍ୱର ସ୍ଥିତ ସରକାରୀ ଔଷଧ ଗୋଦାମରେ ନିଆଁ

mahabharatanews

ମଶାଣିରୁ ନବଜାତ କନ୍ୟା ଉଦ୍ଧାର

mahabharatanews