ଓଡିଶା

ହରଡ଼ଗଣାରେ ଶୌଚାଳୟ କର୍ମଚାରୀ, ଠିକାସଂସ୍ଥା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ- ସିଏମସି ମେୟର

କଟକ : ବୁଧବାର ସକାଳୁ ସକାଳୁ ମେୟର ସୁବାସ ସିଂ ଓ ସିଏମସି କମିସନର ନିଖିଲ ପୱନ କଲ୍ୟାଣ ଏବଂ ସମସ୍ତ ଅଧିକାରୀ କର୍ପୋରେଟର ଶିଶୁ ଭବନରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରୁଥିବା ବେଳେ ଶୌଚାଳୟ କର୍ମଚାରୀଙ୍କ ଚୋରି ଧରା ପଡିଲା। ସାଧାରଣ ଲୋକଙ୍କ ପାଇଁ ଶିଶୁ ଭବନରେ ନିଶୁଳ୍କ ଶୌଚାଳୟର ବ୍ୟବସ୍ଥା ରହିଛି। ମେୟର ସୁବାସ ସିଂହଙ୍କ ସୂଚନା ଅନୁଯାୟୀ ଉକ୍ତ ଶୌଚାଳୟ ଦାୟିତ୍ୱ ମଞ୍ଜୁଶ୍ରୀ ସଂସ୍ଥା କୁ ଦିଆଯାଇଛି। ଏହାପରେ ମଧ୍ୟ ନିଶୁଳ୍କ ପରିବର୍ତ୍ତେ ଶୌଚାଳୟ କର୍ମଚାରୀ ଲୋକଙ୍କ ଠାରୁ ନିତ୍ୟକର୍ମ ପାଇଁ ଟଙ୍କା ଆଦାୟ କରୁଛନ୍ତି। ଜଣେ ମହିଳାଙ୍କ ଠାରୁ ନିତ୍ୟକର୍ମ ପାଇଁ ଶୌଚାଳୟ କର୍ମଚାରୀ ୧୫ ଟଙ୍କା ଆଦାୟ କରୁଥିବା ବେଳେ ଏହାର ଖବର ମେୟରଙ୍କ କାନରେ ପଡିଲା। ଅଭିଯୋଗ ପାଇ ମେୟର ସୁବାସ ସିଂ ଓ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଏବଂ ସ୍ଥାନୀୟ କର୍ପୋରେଟର ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲେ। ମେୟରଙ୍କ ଉପସ୍ଥିତିରେ ଶୈ।ଚାଳୟ କର୍ମଚାରୀ ହରଢଘଣାରେ ପଡି ବିଳିବିଳେଇ ହେଲେ। ସାଧାରଣ ଲୋକଙ୍କ ପାଇଁ ସରକାର ଶିଶୁ ଭବନରେ ନିଶୁଳ୍କ ଶୌଚାଳୟ ବ୍ୟବସ୍ଥା କରିଥିବା ବେଳେ ଶୌଚାଳୟ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ଉକ୍ତ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତି।

Related posts

ଆଜି ବଜ୍ରପାତରେ ଚାଲିଗଲା ଜୀବନ

mahabharatanews

ସରିଲା ଦେଶୀୟ ପକ୍ଷୀ ଗଣନା 

mahabharatanews

୫୩ ବର୍ଷରେ ପାଦ ଦେଲେ ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀ

mahabharatanews