(ଭୁବନେଶ୍ୱର) : ୧୦ ଦଫା ଦାବି ନେଇ ଶହଶହ ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ସହିତ ମାସିକ ଦରମା ୧୮ହଜାର ଟଙ୍କା ଦେବାକୁ ଦାବି କରାଯାଇଛି । ଅଙ୍ଗନବାଡି କର୍ମୀଙ୍କୁ ଶିକ୍ଷୟିତ୍ରୀ ମାନ୍ୟତା ଦାବି ସହ ଅବସରକାଳୀନ ସହାୟତା ଓ ୫ହଜାର ପେନସନ ଦାବି କରିଛନ୍ତି ସେମାନେ।
ସୂଚନାନୁଯାୟୀ , ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ ବି ସଂଘ ପକ୍ଷରୁ ଦାବି ହୋଇଛି। ଗ୍ରୀଷ୍ମ ଛୁଟି ପ୍ରଦାନ କରିବାକୁ ବି ଦାବି କରିଛନ୍ତି ଅଙ୍ଗନବାଡି କର୍ମୀ। ଗାଁ କଲ୍ୟାଣ ସମିତିରୁ ଅଙ୍ଗନବାଡି କର୍ମୀଙ୍କୁ ବାଦ୍ ଦିଆଯିବାକୁ ମଧ୍ୟ ଦାବି କରାଯାଇଛି।
