ଓଡିଶା

ହଟସ୍ପଟ ଜିଲ୍ଲ। ରୋଗୀଙ୍କ ଚିକିତ୍ସା ନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଥିବା ବେଳେ ସହରର ଘରୋଇ ହସ୍ପିଟାଲରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉନାହିଁ । ଏହାକୁ ଗମ୍ଭୀରତା ସହ ନେଇ ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ କଡା ଚେତାବନୀ । ହଟସ୍ପଟ ଜିଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ଏନେଇ ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଉଲ୍ଲେଖ କରିଛନ୍ତି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ଏକ ଅପରାଧ। ଯଦି କୌଣସି ଘରୋଇ ହସ୍ପିଟାଲ କୌଣସି ରୋଗୀକୁ ଚିକିତ୍ସା ନ କରି ଫେରାଇ ଦିଏ ତେବେ ସଂସ୍ଥା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।
ରାଜ୍ୟରେ କରୋନା ହଟସ୍ପଟ ଥିବା ଜିଲାମାନଙ୍କରୁ ଚିକିତ୍ସା ପାଇଁ ସହରକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ କରୋନା ସଂକ୍ରମଣ ଭୟରେ ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ମୁଖ୍ୟଶାସନ ସଚିବ ଗୁରୁତର ସହ ନେଇ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ୧୦୦ ନମ୍ବରକୁ ଡାଏଲ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

Related posts

ବିଜେଡିରେ ମିଶିଲେ ବିଜେପି ସାଂସଦଙ୍କ ପତ୍ନୀ

mahabharatanews

ବଢୁଛି  ହାତୀ ଉପଦ୍ରଵ; ଘର ଭାଙ୍ଗି ଖାଇଗଲେ ଧାନ 

mahabharatanews

ଭିଜିଲାନ୍ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ, ୧୨ଟି ପୃଥକ ସ୍ଥାନରେ ଚଢାଉ

mahabharatanews