(ଭୁବନେଶ୍ୱର) : ସ୍କୁଲ୍ ମିଶ୍ରଣକୁ ଛାତ୍ରୀଙ୍କ ବିରୋଧ । ଭୁବନେଶ୍ୱର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ତାଲା। ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ।
ସୂଚନାନୁଯାୟୀ , ଦୁଇ ଦିନ ତଳେ ରମାଦେବୀର ଦ୍ଵିତୀୟ କ୍ୟାମ୍ପସ ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। ଆଉ ଏହି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ସ୍କୁଲରେ ମିଶିବ ବୋଲି ପଦକ୍ଷେପ ନେଲେଣି। ପିଲାମାନେ ଏହି ସ୍କୁଲ ଛାଡ଼ି କୁଆଡେ ଯିବେନି ବୋଲି ରୋକ୍ ଠୋକ ମନା କରି ଦେଇଛନ୍ତି। ଏହା ସହ ଅଭିଭାବକ ମାନେ ବି ଗଣଶିକ୍ଷା ବିଭାଗରୁ କେହି ନ ଆସିଲେ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି।
