ଗୋପ/ ଜୟନ୍ତ ସେଠୀ: ପୁରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ରି ଆଡ଼ମିସନ ଫିକୁ ନେଇ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଛି ଅଶାନ୍ତି । ଘଟଣାର ସମାଧାନ ନ ହେବାରୁ କଲେଜ ଗେଟ ସାମ୍ନା ରେ ଧାରଣା ରେ ଛାତ୍ରଛାତ୍ରୀ । ଅଭିଯୋଗ ଅନୁସାରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଇଂଟିଗ୍ରଟେଡ଼ ବିଇଡି ଛାତ୍ର ଛାତ୍ରୀ ମନେ ଆଡମିଶନ ଫି କମେଇବା ଦାବୀ କରି ରାସ୍ତା ଅବରୋଧ କରିଛନ୍ତି । ଶତାଧିକ ଛାତ୍ର ଛାତ୍ରୀ ମନେ ରାସ୍ତା ରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେବା ଜଲେଜ ବନ୍ଦ ରହିଥିଲା । ବହୁ ଲୋକ ଜୀବିକା ହରାଇଛନ୍ତି । ଏପରି ସ୍ଥିତିରେ ଆଡ଼ମିସନ ଫି ବୃଦ୍ଧିକୁ ବିରୋଧ କରିଛନ୍ତି ଛାତ୍ର ଛାତ୍ରୀ । ଅନ୍ୟ ଅଟୋନମୋସ କଲେଜରେ ଫି ହ୍ରାସ ପାଇଥିବା ବେଳେ ପୁରୀ ଏସ ସି ଏସ କଲେଜରେ ଫି ହ୍ରାସ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।
ଅନ୍ୟପଟେ ଏହାକୁ ନେଇ ପ୍ରିନସିପାଲ କହିଛନ୍ତି ଛାତ୍ର ଛାତ୍ରୀ ମାନଙ୍କର ଫିସ ବାବଦକୁ ୫ହଜାର ଟଙ୍କା କଟାଯିବ ବୋଲି କୁହାଯାଇଥିଲା କିନ୍ତୁ ଛାତ୍ର ଛାତ୍ରୀ ମାନେ ଫିସ ବାବଦକୁ ୨୫ ପ୍ରତିଶତ କଟାଯାଉ ବୋଲି ଦାବି କରୁଛନ୍ତି । ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରାଯାଇ ନିଷ୍କର୍ଷ ବାହାର କରାଯିବ ବୋଲି ପ୍ରିନସିପାଲ କହିଛନ୍ତି ।
previous post