ଓଡିଶା

 ସେପ୍ଟେମ୍ବର ପହିଲାରୁ ରାଉରକେଲା-କୋଲକାତାକୁ ଉଡ଼ିବ ବିମାନ 

(ରାଉଲକେଲା)  : ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ରାଉରକେଲାରୁ କୋଲକାତାକୁ ବିମାନ ‌ଉଡ଼ାଣ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଲିଆନ୍ସ ଏୟାର୍‌ ପକ୍ଷରୁ ରାଉରକେଲା-ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଏଟିଆର୍‌-୭୨କୁ ହିଁ କୋଲକାତା ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି।

ସୂଚୀଅନୁଯାୟୀ ,  ସପ୍ତାହରେ ୪ ଦିନ  ଏହା କୋଲକାତାରୁ ବାହାରି ରାଉରକେଲା ଦେଇ ଭୁବନେଶ୍ବର ଯିବ ଓ ପୁଣି ଭୁବନେଶ୍ବରରୁ ରାଉରକେଲା ଦେଇ କୋଲକାତା ଫେରିବ। ସେହିପରି ଆଉ ୩ ଦିନ ଏହା କୋଲକାତାରୁ ବାହାରି ଭୁବନେଶ୍ବର ଦେଇ ରାଉରକେଲା ଆସିବ ଓ ପୁଣି ଫେରନ୍ତା ପଥରେ ରାଉରକେଲାରୁ ବାହାରି ଭୁବନେଶ୍ବର ଦେଇ କୋଲକାତା ଯିବ। ଏହି ନୂଆ ସୂଚୀ ଯୋଗୁଁ ରାଉରକେଲା-ଭୁବନେଶ୍ବର ମଧ୍ୟରେ ପୂର୍ବରୁ ଚାଲୁଥିବା ବିମାନର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ ହୋଇଛି। ସେପ୍ଟେମ୍ବର ପହିଲାରୁ ଏହି ନୂଆ ପରିବର୍ତ୍ତିତ ପଥରେ ବିମାନ ଚଳାଚଳ ଆରମ୍ଭ ହେବ।

 

 

Related posts

ଜମି ମାଫିଆଙ୍କୁ ଗିରଫ ଦାବିରେ ଦଳିତ ମହାସଙ୍ଘର ଧାରଣା

mahabharatanews

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ଡେଙ୍ଗୁ ଆତଙ୍କ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮୨୫କୁ ବୃଦ୍ଧି

mahabharatanews